କନ୍ଧମାଳରେ ପୁଣି ସ୍ଥିତି ଜାହିରକଲା ମାଓ ସଂଗଠନ

0 147

ବାଲିଗୁଡ଼ା,୨୮/୧୨: କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ । କୋଟଗଡ଼ ଥାନା ରଡ଼ିଗୁମା ନିକଟରେ ଗତ ରାତିରେ ଗଛପକାଇ ରାସ୍ତା ଅବରୋଧ କରିବାସହ ପୋଷ୍ଟର ଛାଡ଼ିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବହୁମୁଖି ସମାଧାନ ଦମନ ଅଭିଯାନକୁ ବିରୋଧ କରନ୍ତୁ,ବିର୍ଲା, ସୁପେଲ ଓ ସିଟି ବର୍ବର ଆକ୍ରମଣକୁ ବିରୋଧ କରନ୍ତୁ, ସହିଦଙ୍କ ରକ୍ତର ବଦଲା ନିଅନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଖବରପାଇ ଆଜି ସକାଳେ କୋଟଗଡ଼ ପୋଲିସ୍‌ ଘଟଣାସ୍ଥଳରେ ପହଁଚି ପୋଷ୍ଟର ଜବତ କରିଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାସ୍ତାରେ ଗଛ ପଡ଼ିରହିଥିବା ବେଳେ ରାସ୍ତା କଡ଼ ଦେଇ ଗାଡ଼ି ମୋଟର ଯାତାୟାତ କରୁଥିବା ଜଣାପଡ଼ିଛି । ଗତକାଲି ମଧ୍ୟ ମାଓ ସଙ୍ଗଠନ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ୫୯ନଂ ଜାତୀୟ ରାଜପଥ କଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରି ନିଜର ସ୍ଥିତି ଜାହିର କରିଥିଲା କେକେବିଏନ୍‌ ମାଓ ସଂଗଠନ ।

hiranchal ad1
Leave A Reply

Your email address will not be published.

18 − six =