ବିସିସିବିର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 726

ବୌଦ୍ଧ : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସର ପ୍ରାୟ କେଡର ସଂପାଦକ ତଥା ଜୁନିୟର ସୁପରଭାଇଜରମାନଙ୍କୁ ଆଜି ବିସିସିବି ୱାର୍କରସ୍ ୟୁନିଅନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତାଳସରଡା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବସ୍ତମପୁର(ଗୋବିନ୍ଦପୁର) ଗୋଷ୍ଠୀ କେନ୍ଦ୍ରରେ ଏକ ନିରାଡମ୍ବର ସଭାରେ ୟୁନିଅନର ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ୟୁନିଅନର ସଂପାଦକ ପବିତ୍ର ରାଉତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବୌଦ୍ଧ ସେବାସମବାୟ ସମିତିର ପୂର୍ବତନ ସଭାପତି ତଥା ସମବାୟବିତ ସତ୍ୟଜିତ କୁମାର ପଣ୍ଡା ଅତିଥି ଭାବରେ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀ ପ୍ରଫୁଲ୍ଲ କୁମାର କର୍ଣ୍ଣ, ଘାସିରାମ ମିଶ୍ର, ଦିଲ୍ଲୀପ କୁମାର ପ୍ରଧାନ ଓ ମେ ୩୧ ତାରିଖରେ ଅବସର ନେବାକୁ ଥିବା ଭକ୍ତରାମ ଗୁରୁର ଏବଂ ରାମାମଣି ମହାକୁଡଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୟୁନିଅନର ସଦସ୍ୟ ସୁଦର୍ଶନ ପ୍ରଧାନ, ଶଙ୍କର ଦେହୁରୀ, ସୁରମଣି ବେହେରା, ସୁବାସ ଚନ୍ଦ୍ର ସାହୁ, ତପନ ମେହେର, ନୀଳାମ୍ବର ମେହେର ଓ ଉମେଶ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − three =