ଭଦ୍ରକରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

0 192

ଭଦ୍ରକ : ଓଡିଶା ସରକାରଙ୍କ ତରଫରୁ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏନଟିପିସର ସହାୟତାରେ ଭଦ୍ରକଠାରେ କାର୍ଯ୍ୟକ୍ଷମ କରାଯାଇଛି । ଏହାର ପରିଚାଳନା ସାଳନ୍ଦୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହଭାଗିତାରେ କରାଯାଉଛି । ଏହି ଏକକ ହସ୍ପିଟାଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସଂପ୍ରସାରିତ ଅଂଶ ।

hiring

ଏଠାରେ ରୋଗୀଙ୍କୁ ଚିକିତ୍ସ, ରହିବା ଏବଂ ଖାଇବା ସଂପୂର୍ଣ୍ଣ ଭାବେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯିବ । ଏହି ହସ୍ପିଟାଲ ନିମନ୍ତେ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ନିୟୋଜନ କରାଯାଇଛି । ଏଠଆରେ ଭେଣ୍ଟିଲେଟର ଥାଇ ଚାରିଗୋଟି ଆଇସିୟୁ ଉପଲବ୍ଧ ଅଛି । ଏହି ହସ୍ପିଟାଲ ନିଶ୍ଚିତ ଭାବେ ଭଦ୍ରକରେ କୋଭିଡ ମ୍ୟାନେଜମେଣ୍ଟ ନିମନ୍ତେ ସହାୟକ ହେବ ।

hiranchal ad1
Leave A Reply

Your email address will not be published.

13 + one =