କାଳବୈଶାଖୀ ପ୍ରଭାବରେ ବୌଦ୍ଧଜିଲ୍ଲାରେ ବର୍ଷା, ତାତିରୁ ଆଶ୍ୱସ୍ତି

0 606

ବୌଦ୍ଧ,୧୧/୫- ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସକାଳୁ ଆକାଶ ମେଘାଛନ୍ନ ଥିବା ଦିନ ପ୍ରାୟ ୧୦ ଘଣ୍ଟା ବେଳେ ହଠାତ୍‌ ପବନ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଦୁଇଦିନ ପୁର୍ବରୁ ମନମୁଣ୍ଡା ଓ କଣ୍ଟାମାଳ ଅଂଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍‌ ଅଞ୍ଚଳରେ ତାର ପ୍ରଭାବ ଦେଖିବାକୁ ମିଳିନଥିଲା । ଆଜିର ବର୍ଷା ଜିଲ୍ଲାର ସମଗ୍ର ଅଞ୍ଚଳରେ ହୋଇଥିବାରୁ ଜିଲାବାସୀ ତାତିରୁ ଆଶ୍ୱସ୍ତି ଲାଭ କରିଛନ୍ତି । ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ବୌଦ୍ଧଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିଲା ।

hiranchal ad1
Leave A Reply

Your email address will not be published.

4 × 2 =