ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 237

ବୌଦ୍ଧ,୩୧/୫:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହରିପ୍ରିୟା ହୋତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସଭାପତିତ୍ୱ କରିଥିବାବେଳେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ, ତେଲିବନ୍ଧ ସି ଆର ସି ସି ରାଜକୁମାର ପ୍ରଧାନ , ଖୁଣ୍ଟବନ୍ଧ ସି ଆର ସି ସି ସନତ କୁମାର ବାରିକ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ହୋତାଙ୍କ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ ମହାକୁଳ, ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାତ୍ର, ଝିଲିମାରାଣୀ ମହାକୁଳ, ସୁଧାରଣୀ ପାଢ଼ୀ, ପ୍ରଜ୍ଞା ପରମିତା ପରିଡା, ପୂର୍ବତନ ସି ଆର ସି ସି ସୁଧାଂଶୁ ଶେଖର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ବିଦାୟୀ ଶିକ୍ଷୟିତ୍ରୀ ହରିପ୍ରିୟା ହୋତା ନିଜର ଚାକିରୀ କାଳର ଅନୁଭୂତି ଉପସ୍ଥାପନ କରିଥିଲେ । ଶ୍ରୀମତୀ ହୋତାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଝିଲିମା ରାଣୀ ମହାକୁଳ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eleven − 5 =