ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0 164

ବୌଦ୍ଧ/ଜହ୍ନ ।ପଙ୍କ,୩୦/୪: ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ କନକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାକୁଳଙ୍କ ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସିଆରସିସି ସଂଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କୃତ ପ୍ରଧାନଶିକ୍ଷକ ଧନେଶ୍ୱର ଅମାତ, ମୁଖ୍ୟବକ୍ତା ଭାବେ ଶିକ୍ଷକ ସତ୍ୟପ୍ରିୟ ପ୍ରଧାନ ଶ୍ରୀ ମହାକୁଳଙ୍କ ଦୀର୍ଘ ୧୭ ବର୍ଷର ଶିକ୍ଷକ ଜୀବନୀ ଉପରେ କହିଥିଲେ । ସେ ଜଣେ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବା ସହିତ ଉତ୍ତମ ଶିକ୍ଷକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ସହକାରୀ ଶିକ୍ଷକ ଓ ଗ୍ରାମବାସୀଙ୍କ ମନ ଜିଣିଥିଲେ । ସଭାରେ ଶିକ୍ଷୟତ୍ରୀ ଲକ୍ଷ୍ମୀସୀତା ମହାପାତ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍କୁଲ କମିଟିର ସଭାପତି ପ୍ରଫୁଲ୍ଲ ଝାଙ୍କର, ପୂର୍ବତନ ସଭାପତି, ସ୍କୁଲ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × four =