ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0 450

ବୌଦ୍ଧ,୩୧/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରୋଦ କୁମାର ମେହେର ଆଜି ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଜଣେ ବଳିଷ୍ଠ ଶିକ୍ଷାବିତ, ପ୍ରବୀଣ ଶିକ୍ଷକ, ଆମାୟିକ ବ୍ୟକ୍ତିତ୍ୱ, ସମାଜସେବୀ ଭାବେ ବେଶ୍‌ ପରିଚିତ । ତାଙ୍କର ୩୨ ବର୍ଷର ଚାକିରୀ ଜୀବନ କାଳରେ ଶିକ୍ଷାପ୍ରତି ସମର୍ପଣ ଭାବନା ନେଇ କାର୍ଯ୍ୟକରି ବହୁ କୃତି ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି । ସାଧୁଚରଣ ସରକାରୀ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଯଥା ଧରଣୀଧର ମହାପାତ୍ର, ନବ କିଶୋର ଦୀପ, ବିଭୁତି ଭୂଷଣ ମହାକୁଡ, କେଳାକଟା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖୁ ଗାଈଗୌରିଆ, ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

18 − 15 =