ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 870

ବୌଦ୍ଧ,୩୧/୫ – ବୌଦ୍ଧ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳର ପ୍ରଧାନ ଶିକ୍ଷକ ସ୍ୱରୂପ କୁମାର ମହାପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଦକ୍ଷ ମିଷ୍ଟଭାଷୀ ନିଃସ୍ୱାର୍ଥପର ଓ ଅମାୟିକ ପ୍ରଧାନ ଶିକ୍ଷକ ଥିଲେ । ଆଜି ଅବସର ଗ୍ରହଣ ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଲିଙ୍ଗରାଜ ସାହୁ ସଭାକୁ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷକ ନାରାୟଣ ସେଠୀ ପୁଷ୍ପଗୁଚ୍ଛ ପ୍ରଦାନ, କ୍ରୀଡା ଶିକ୍ଷକ ସରୋଜ ସ୍ୱାଇଁ ଓ ସହକାରୀ ଶିକ୍ଷକ ସୁରେଶ ଷାଣ୍ଢ ଉପହାର ପ୍ରଦାନ ଏବଂ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ । ସହକାରୀ ଶିକ୍ଷକ ସରୋଜ କୁମାର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 9 =