ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍‌ କନସେନଟ୍ରେଟର ପ୍ରଦାନ

0 229

ବୌଦ୍ଧ,୩୦/୭- ଅମ୍ଳଜାନ ଅଭାବରୁ କେହି ଯେପରି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନାର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବେଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ କରୋନାର ପ୍ରଥମ ଲହରରେ ହରଭଙ୍ଗା ବ୍ଲକ୍‌ର ଗରିବ ଅସହାୟ, ବିଧବା ,ଦିବ୍ୟାଙ୍ଗ, ଶଯ୍ୟାଶାୟୀ, ରୋଗାଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଠିକ୍‌ ସେଭଳି ଦ୍ୱିତୀୟ ଲହରରେ ୯୦ ପରିବାରକୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏବେ ତୃତୀୟ ପର୍ଯ୍ୟାୟ ପୂର୍ବରୁ ସମସ୍ତ ପ୍ରକାର ଅସୁବିଧାର ସାମ୍ନା କରିବାପାଇଁ ଆମ ଦ୍ୱାରା ଯାହାକିଛି ସମ୍ଭବ ସେଥିପ୍ରତି ଆମ ଅନୁଷ୍ଠାନ ପ୍ରସ୍ତୁତ ବୋଲି ଲୋକକଳା ବିକାଶ କେନ୍ଦ୍ରର ସମ୍ପାଦିକା ଶ୍ରୀମତି ପୁଷ୍ପିତା ପ୍ରଧାନ କହିଛନ୍ତି । ଏବେ ଅକ୍ସିଜେନ କନସେନଟ୍ରେଟର ଦେଇ ସାରିବା ପରେ ଆଗକୁ ଅକ୍ସିମିଟର ସହିତ ଏନ୍‌-୯୫ ମାସ୍କ୍‌ ପ୍ରଦାନ କରାଯିବାର ଯୋଜନା ମଧ୍ୟ ରହିଥିବାର ସମ୍ପାଦିକା ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଅଭୟ କୁମାର ଦାସ, ଡିପିଏମ ରୂପକ ମହାପାତ୍ର, ଏଲ୍‌କେବିକେ ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ,ସିଡବ୍ଲୁସିର ସଦସ୍ୟ ସୀତାକାନ୍ତ ସାହୁ, ଅନୁଷ୍ଠାନର ସୁପ୍ରିୟା ଦେହୁରୀ, ପ୍ରତାପ ମେହେର,ବାଂଛାନିଧି ବିଶି ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱେଚ୍ଛାସେବୀ ପିଣ୍ଟୁ, ତୋଫାନ, ରାମଚନ୍ଦ୍ର, ଦେବାର୍ଚ୍ଚନ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × four =