ବୌଦ୍ଧରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ, ୨୧ ଗରା ଜଳରେ ସ୍ନାନକଲେ ତିନିଠାକୁର

0 230

ବୌଦ୍ଧ,୨୪/୬- ବୌଦ୍ଧସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ପୂଜକଙ୍କ ଦ୍ୱାରା ସ୍ନାନମଣ୍ଡପ ଉପରେ ପାରଂପରିକ ପୂଜାର୍ଚ୍ଚନା ପରେ ଦିନ ୧୦ଘଣ୍ଟା ସମୟରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ମହାନଦୀକୁ ଯାଇ ଠାକୁରମାନଙ୍କ ସ୍ନାନ ପାଇଁ ଜଳ ଆଣିଥିଲେ । ଏହାପରେ ୨୧ ଗରା ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । ମୁଖ୍ୟ ପୂଜକ ସୁରମଣି ପଣ୍ଡା ଓ ବିଭୁଦତ୍ତ ପଣ୍ଡା ପୂଜାକାର୍ଯ୍ୟ କରିଥିବାବେଳେ କର୍ତ୍ତାଭାବେ ଦେବାଶିଷ ପୁରୋହିତ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାପ୍ରଶାସନ ତରଫରୁ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଶ୍ୱିନୀ କୁମାର ମେହେର, ଦେବୋତ୍ତର ମ୍ୟାନେଜର ବିରଞ୍ଚି ଧରୁଆ, ମାଜିଷ୍ଟ୍ରେଟ ଭାବେ ତ୍ରିଦେବ ରଥ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ଗାଇଡଲାଇନ ଅନୁଯାୟୀ ଅଳ୍ପ ସଂଖ୍ୟାରେ ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ ।

hiranchal ad1
Leave A Reply

Your email address will not be published.

15 + 12 =