ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ: ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଭାଗବତ ମେହେର ସଂପାଦକ

0 278

ବୌଦ୍ଧ,୨୩/୭ – ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫାପରେ ସାଙ୍ଗଠାନିକ କର୍ମକର୍ତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବାସହ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ, ଭାଗବତ ମେହେର ସାଧାରଣ ସଂପାଦକ, ସୁଧାଂଶୁ ମିଶ୍ର ଉପ-ସଭାପତି, ବଂଶୀଧର ମାଝୀ ସହ-ସଂପାଦକ ଏବଂ କୋଷାଧ୍ୟକ୍ଷ ଭାବେ ଦେବାନନ୍ଦ ସାହୁ , ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ଯୁଗଳ କିଶୋର ସାମଲ, ଦିବ୍ୟଶଙ୍କର ରାଉତ୍‌, ସତ୍ୟଜିତ୍‌ ପଣ୍ଡାଙ୍କୁ ମନୋନୟନ କରାଯାଇଥିଲା । ଶେଷରେ ସଦସ୍ୟ ସଂଜିବ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସଦସ୍ୟ ସୁଶାନ୍ତ ବେହେରା, ସତ୍ୟ ନାରାୟଣ ପାଣି, ବାସୁଦେବ ସାହୁ, ସୁରେନ୍‌ ପ୍ରଧାନ,ପ୍ରକାଶ ମେହେର, ବବଲୁ ପାଢୀ, ଜୟକୁମାର ମହାରଣା, ଦେବାଶିଷ ମଲ୍ଲିକ, ଦିବ୍ୟଶଙ୍କର ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten + 3 =