ମହାସମାରୋହରେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଳିତ

0 134

ବୈାଦ୍ଧ,୧/୭- ବୌଦ୍ଧସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନିଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା । ବ୍ରାହ୍ମଣ ସେବାୟତମାନେ ସକାଳ ୯ଟା ପରେପହଣ୍ଡିପାଇଁ ଶ୍ରୀଜୀଉମାନଙ୍କୁ ପ୍ରସ୍ତୁତ ରଖିଥିଲେ । ସହରର ପୋଡାପୋଡା ଓ ନୂଆସାହି ଓ କାଲେଶ୍ୱରରୁ ତିନିଠାକୁରଙ୍କ ପାଇଁ ଟାହିଆ ଆସିବାପରେ ଠାକୁରମାନଙ୍କୁ ଲାଗି କରାଯାଇ ରଥଖଳାକୁ ଅଣାଯାଇଥିଲା । ରଥ ଚତୁଃପାଶ୍ୱର୍ରେ ବ୍ରାହ୍ମଣ ସମାଜ ତରଫରୁ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇ ୪ ବେଢା ପରିକ୍ରମା କରାଯାଇଥିଲା । ଘଣ୍ଟଧ୍ୱନି, ହୁଳହୁଳି, ହରିବୋଲରେ ଚାରିଆଡ ପ୍ରକଂପିତ ହୋଇଥିଲା । । ମହାପ୍ରଭୁଙ୍କ ପହଣ୍ଡିର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା । ପହଣ୍ଡି ପରେ ଶ୍ରୀଜୀଉମାନଙ୍କୁ ରଥାଋଢ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଛୋଟ ଛୁଆମାନଙ୍କୁ ରଥଛୁଆଁ ପରଂପରା ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ, ସଂପାଦକ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସନତ ନାୟକ, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ, ବ୍ରାହ୍ମଣ ସମାଜ ଉପସ୍ଥିତ ଥିଲେ ।

hiring

ବୌଦ୍ଧର ରାଜା ଦେବେନ୍ଦ୍ର ପ୍ରସାଦ ଦେବ୍‌ ଛେରାପହଁରା କରିବାପରେ ଅପରାହ୍ନ ୩ଟା ସମୟରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବାପାଇଁ ଜିଲ୍ଲାରୁ ତଥା ଆଖପାଖ ଅଞ୍ଚଳରୁ ହଜାରହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା । ହରିଗୁଡି ରଥକୁ ମହିଳାମାନେ ଟାଣୁଥିବା ଦେଖିବାକୁ ମିଳିଥିଲା । ଘୋଷକ ଭାବେ ଚନ୍ଦ୍ରକାନ୍ତ ନାୟକ, ପ୍ରତାପ ରଥ, ସୁଶାନ୍ତ ମହାପାତ୍ର, ରମେଶ ମେହେର ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ମହାପ୍ରଭୁ ରଥାଋଢ ହୋଇନଥିବାବେଳେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନକରି ପ୍ରଭୁକୃପା ଲାଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − five =