ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲା ମାରୱାଡି ଯୁବମଂଚ

0 668

ବୌଦ୍ଧ,୨୩/୬- ବୌଦ୍ଧ ସହରର ବ୍ୟବସାୟୀ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାରୱାଡି ଯୁବ ମଞ୍ଚ ତରଫରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ମାରୱାଡି ଯୁବମଂଚ ବୌଦ୍ଧଶାଖାର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ରବିନ୍ଦ୍ର କୁମାର ରାଉତଙ୍କୁ ଦେଖାକରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆକ୍ରମଣ ଘଟଣାର ୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆସାମୀମାନଙ୍କୁ ଗିରଫ କରାଯାଇନଥିବା ମଞ୍ଚ ଅଭିଯୋଗ କରିଛି । ଗତ ୧୮ ତାରିଖ ଦିନ ଅଜଣା ଦୁର୍ବୃତ୍ତମାନେ ଗମ୍ଭାରୀପଦରସ୍ଥିତ ପେଟ୍ରୋଲପମ୍ପ ସମ୍ମୁଖରେ ବ୍ୟବସାୟୀ ଶ୍ରୀ ଅଗ୍ରୱାଲାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଦିନକ ପରେ ଶ୍ରୀ ଅଗ୍ରୱାଲାଙ୍କ ଚେତା ଫେରିବାପରେ ୧୯ ତାରିଖ ଦିନ ବୌଦ୍ଧଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ମଧ୍ୟ ଫେରାରଥିବା ଜଣାପଡିଛି । ଅନ୍ୟପଟେ ବ୍ୟବସାୟୀ ଜଣକ ଗୁରୁତର ହେବା ସହ ଚିିକିତ୍ସାପାଇଁ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କର ମସ୍ତିଷ୍କରେ ଅସ୍ତ୍ରପୋଚାର କରାଯିବ ବୋଲି ଜଣାପଡିବାପରେ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

hiring

ଅଖିଳ ଭାରତୀୟ ମାରୱାଡି ଯୁବ ମଂଚ ବୌଦ୍ଧ ଶାଖାର ଏକ ପ୍ରତିନିଧି ଦଳ ସଭାପତି ଅଙ୍କିତ କୁମାର ଅଗ୍ରୱାଲାଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ କରିଥିବା ବେଳେ ସନ୍ଥ କୁମାର ଅଗ୍ରୱାଲା, ସିଏ ସୁନ୍ଦର ପ୍ରକାଶ, ଆଇନଜୀବୀ ବିକାଶ ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲା, ରୋହିତ ଅଗ୍ରୱାଲା, ନାରାୟଣ ଅଗ୍ରୱାଲା, କେତନ ଅଗ୍ରୱାଲା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଂଚ ସଂପାଦକ କୁଶ ଅଗ୍ରୱାଲା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × five =