ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0 190

ଭୁବନେଶ୍ୱର : ଆଜି ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଯାଜପୁରର ବାସୁଦେବପୁର ଅଂଚଳର ୩୪ ବର୍ଷିୟ ପୁରୁଷ ବୋଲି ଜଣାପଡିଛି । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତା’ର ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛି । ଏହି ଆକ୍ରାନ୍ତ ଜଣକ ମଧ୍ୟ କୋଲକତା ଫେରନ୍ତା ବୋଲି ଜଣାପଡିଛି । ଏଥି ସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି । ଆଜି ସକାଳୁ ବାଲେଶ୍ୱରରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ କୋରାପୁଟ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏପର୍ଯ୍ୟନ୍ତ ୭୩ଟି ଆକ୍ଟିଭ୍ କେସ୍ ଥିବେ ବେଳେ ୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

six − three =