କେତେକ ଶୈବପୀଠରୁ ଉଠିଲାଣି ଦଣ୍ଡ : ସାମାଜିକ ଦୂରତାକୁ ପାଳନ କରିବେ ତ ଦଣ୍ଡୁଆ ?

0 854

ବୈାଦ୍ଧ : ଲକ୍‌ଡାଉନ ଯୋଗୁଁ ବିଭିନ୍ନ ଶୈବପୀଠ ମାନଙ୍କରୁ ବାହାରିପାରିନଥିବା ଦଣ୍ଡଯାତ୍ରା ଦଳମାନେ ଏବେ ପଣାସଂକ୍ରାନ୍ତି ପୂର୍ବରୁ ପାରଂପରିକ ବିଧିପାଳନ ପାଇଁ ଦଣ୍ଡ ଉଠାଇଥିବା ଦେଖିବାକୁ ମିଳୁଛି । ଗତ ୨/୩ଦିନ ମଧ୍ୟରେ ପ୍ରାୟ ୧୦/୧୫ ଦଣ୍ଡ ଦଳ ଦଣ୍ଡ ଉଠାଇଥିବା ସୂଚନା ମିଳିଛି । ୧୩ କିମ୍ବା ୨୧ ଦିନ ଯାତ୍ରା ନହେଲେ ନାହିଁ କିନ୍ତୁ ପାରଂପରିକ ଡାଲ୍‌ପୂଜା ଓ ମେରୁ କମ୍ ଲୋକରେ ପାଳନ କରିବାପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଦଣ୍ଡୁଆମାନେ ପ୍ରକାଶ କରିଛନ୍ତି ।

hiring


ବୌଦ୍ଧ ଜିଲ୍ଲାରେ ଲୋକନୃତ୍ୟ ଦଣ୍ଡର ବିଶେଷ ଆଦର ରହିଛି । ଅନେକ ବ୍ୟକ୍ତିଗତ ଭାବେ ବିଭିନ୍ନ ଦଣ୍ଡଦଳକୁ ନିଜ ଘରେ ଗୋଟିଏ ଦିନ ଲେଖାଏଁ ରଖି ମହେଶ୍ୱର ଓ ଦେବୀ କାଳୀଙ୍କ କୃପାଲାଭ କରିଥାନ୍ତି । ସେହିପରି ଗ୍ରାମମାନଙ୍କରେ ସମୂହ ଭାବରେ ମଧ୍ୟ ସ୍ଥାନୀୟ ଦଣ୍ଡଯାତ୍ରା ଦଳମାନଙ୍କୁ ଆମନ୍ତ୍ରଣ କରି ନିଜନିଜ ଗ୍ରାମରେ ରଖିବାର ପରଂପରା ରହିଛି । ଦଣ୍ଡଯାତ୍ରାର ସୁଆଙ୍ଗ ଗୁଡିକ ଆଧ୍ୟାତ୍ମିକ ଓ ସାମାଜିକ କଥାବସ୍ତୁ ଉପରେ ପର୍ଯ୍ୟବେଶିତ ହେଉଥିବାରୁ ଲୋକଙ୍କୁ ଅନେକ ଶିକ୍ଷା ଦେବାସହ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ସେଥିପାଇଁ ଦଣ୍ଡନୃତ୍ୟରେ ଶତାଧିକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ ଦେଖିବାକୁ ମିଳେ । ସେହିପରି ବ୍ରତୀମାନେ ମାନସିକ ରଖି ଦଣ୍ଡଦଳ ସହ ପଣାସଂକାନ୍ତି ଯାଏଁ ଗାଁକୁ ଗାଁ ଛତିଛତ୍ର ବାନା ବୈରଖ ଧରି ବୁଲିଥାନ୍ତି । କେତେକ ଦଳରେ ୫୦ ଜଣ ବ୍ରତୀରୁ ଆରମ୍ଭକରି ୫ଶହ ବ୍ରତୀ ଯାଏଁ ସାମିଲ ହୋଇଥାନ୍ତି । ତେଣୁ ସାମାଜିକ ଦୂରତା ଦଣ୍ଡଯାତ୍ରାରେ ପାଳନ କରିବା କଷ୍ଟକର ବ୍ୟାପାର ଓ ଅସମ୍ଭବ ଅଟେ, ସେଥିପାଇଁ କେହି ଦଣ୍ଡ ଉଠାଇନଥିଲେ ।
ଚଳିତବର୍ଷ ଲକ୍ ଡାଉନ ଓ ସାମାଜିକ ଦୂରତା ପାଳନ ସକାଶେ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଶେଷ ମୁହୂର୍ତ୍ତରେ ହେଲେ ମଧ୍ୟ ଦିନେ /ଦୁଇଦିନ ପାରଂପରିକ ବିଧିପାଳନ କରି ଦଣ୍ଡଯାତ୍ରା ଆରମ୍ଭ କରିଛନ୍ତି । ନାଚ, ଗୀତ, ସୁଆଙ୍ଗ ପରିବେଷଣ ନକରି ଅଳ୍ପ ଲୋକରେ କେବଳ ପୂଜାପାଠ ବିଧିବ୍ୟବସ୍ଥା ପାଳନ କରୁଥିବା ଦେଖିବାକୁ ମିଳେ । ତଥାପି କେଉଁଠି ଭକ୍ତମାନଙ୍କ ଗହଳି ହେଲେ ଦଣ୍ଡଯାତ୍ରାର ଆୟୋଜକମାନେ ଲୋକଙ୍କୁ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବାର ଆବଶ୍ୟକତା ରହିଛି । ପ୍ରଶାସନ ଓ ପୋଲିସ ମଧ୍ୟ ସାମାଜିକ ଦୂରତା ଦଣ୍ଡଦଳ ମାନଙ୍କରେ ଯେପରି ପାଳନ ହେବ ତାହାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

three × 5 =