ଗଦାପୁରଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟର ଉଦଘାଟନ

0 78

ଦାରିଙ୍ଗବାଡି,୧୩/୯: ଦାରିଙ୍ଗବାଡି ବ୍ଲକ ଗଦାପୁର ଠାରେ ଗତକାଲି ସନ୍ଧ୍ୟାରେ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଶୁଭ ଉଦଘାଟନ ହୋଇଛି । ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ଅଞ୍ଚଳରେ ଥିବା ଆଠଟି ଗ୍ରାମ ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳି, ହାତୀମୁଣ୍ଡା ଓ ତାଜୁଙ୍ଗିଆ ବାସୀଙ୍କୁ ସରକାରଙ୍କ ଆର୍ଥିକ କାରବାର ହେଉକି ସହାୟତା ଦେଣନେଣ ଓ ସଞ୍ଚୟ କରିବା ନେଇ ସୁବିଧା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଓ ଗଦାପୁର ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଖୋଲାଯାଇଥିଲା । ବ୍ୟାଙ୍କ ଠାରେ ଅର୍ଥ ଉଠାଣ କରିବାରେ ସମସ୍ୟା ହେବା ସହିତ ଗ୍ରାହକଙ୍କୁ ୨୪ ଘଣ୍ଟିଆ ଅର୍ଥ ଉଠାଣ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଓ ଗଦାପୁର ଠାରେ ଏଟିଏମ୍‌ କାଉଣ୍ଟର ପ୍ରତିଷ୍ଠା ପାଇଁ ଦାବୀ ହୋଇଥିଲା । ଏହାକୁ ଗୁରୁତ୍ୱ ଦେଇ ବ୍ରାହ୍ମଣୀଗାଁ ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଖୋଲା ଯାଇଥିଲା । ଗତକାଲି ସନ୍ଧ୍ୟାରେ ଗଦାପୁର ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଲୋକଙ୍କ ଦାବିକୁ ଗୁରୁତ୍ୱ ଦିଆଯାଇ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଉଦଘାଟନ କରାଯାଇଛି । ଏହି ଏଟିଏମ୍‌ କାଉଣ୍ଟର ଶୁଭଉଦଘାଟନ କରିବାପାଇଁ ଫୁଲବାଣୀ ରିଜିଓନାଲ ମ୍ୟାନେଜର ବି .କେ.ମାନ୍ଧାତା , ସରପଞ୍ଚ ଆରତୀ ମଲ୍ଲିକ, ଗଦାପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ନିହାର ରଞ୍ଜନ ବେହେରା, ବ୍ରାହ୍ମଣୀଗାଁ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଋଷିକେଶ ପ୍ରଧାନ ଅତିଥିଭାବେ ଯୋଗଦେଇ ଏଟିଏମ୍‌ କାଉଣ୍ଟର ଲୋକାର୍ପଣ କରିଥିଲେ । ଚାନେଲ ମ୍ୟାନେଜର ରଞ୍ଜିତ ମହାପାତ୍ର ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଉଦଘାଟନ ହେବା ନେଇ ଅନେକ ଦିନର ଆଶା ସଫଳ ହୋଇଥିବା କହିବା ସହ ଉକ୍ତ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =