ଜିଲ୍ଲାପାଳ ଦେଲେ ୬ ଗୁରୁମନ୍ତ୍ର, ଜାଣନ୍ତୁ କ’ଣ ସେହି ଗୁରୁମନ୍ତ୍ର

0 230

ଦଶପଲ୍ଲା : ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ଅଧକ୍ଷ୍ୟତାରେ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାର ବିଡ଼ିଓ ମାନଙ୍କ ସହିତ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ଡ଼ଃ ଟୁଡୁ ୬ଟି ଗୁରୁତ୍ୱପୂର୍ଣ୍ଣ ଵିଷୟରେ ଆଲୋଚନା କରିଥିଲେ। ପ୍ରଥମତଃ ଡିସେମ୍ବର ମାସ ସୁଦ୍ଧା ସମସ୍ତ ମିଶନ ଶକ୍ତି ଗୃହ କାର୍ଯ୍ୟ ଶେଷ କରିବା । ଆମ ଗାଁ ଆମ ବିକାଶ ଯୋଜନାରେ ଆରମ୍ଭ ହୋଇଥିବା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହିପରି ଅକ୍ଟୋବର ଶେଷ ସୁଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପାଇଁ ସମସ୍ତ ଦରଖାସ୍ତ ବ୍ୟାଙ୍କ ଶାଖାରେ ପହଞ୍ଚାଇବା ପାଇଁ କଡା ନିର୍ଦେଶ ଦେଇଥିଲେ । ବ୍ୟାଙ୍କ ମାଧ୍ୟମରେ ସମନ୍ୱୟ ମେଳା କରିବା ପାଇଁ କହିଥିଲେ । ଏଠାରେ ଉଳେଖ୍ଗଯୋଗ୍ୟ ଜିଲ୍ଲାରେ ଏ ବର୍ଷ ପାଇଁ ମୋଟ ଲକ୍ଷ ୮,୪୫୦ ଏସଏଚଜି ପାଇଁ ଥିଲା ବେଳେ ୪,୨୦୦ ଏସଏଚଜି ବ୍ୟାଙ୍କ ଋଣର ସୁବିଧା ପାଇଛନ୍ତି । ନଭେମ୍ବର ମାସ ସୁଦ୍ଧା ସମସ୍ତ ରୁରାଲ ହାଉସିଂ ଯୋଜନାରେ ଆରମ୍ଭ ହୋଇଥିବା ଘର ଶେଷ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହା ସହିତ ଗ୍ରାମପଂଚାୟତରେ ବାକି ରହିଥିବା ଇଲେକ୍ଟ୍ରିବିଲ ପୈଠ କରିଦେବା ପାଇଁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତି ଥିଲେ । ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାୟ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

14 + twelve =