ଦଶପଲ୍ଲା ପଶ୍ଚିମାଞ୍ଚଳରେ ଡାକ୍ତର ମରୁଡି

0 122

ଦଶପଲ୍ଲା ,୧୫/୬:- ସାରା ବିଶ୍ୱ ବର୍ତ୍ତମାନ କରୋନାର କରୁଣ ପରିଣତି ଭୋଗୁଥିବା ବେଳେ ସମଗ୍ର ବିଶ୍ୱବାସୀ ହାହୁତାଶରେ ଜୀବନ କାଟୁଛନ୍ତି । କରୋନାର ଦ୍ୱୀତୀୟ ଲହର୍‌ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନକୁ । ଏଭଳି ଏକ ସଂକଟ ସମୟରେ , ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା,ବାଣିଗୋଛା, କୁଜାମେଣ୍ଢି, ଚଢେୟାପଲ୍ଲୀ ଭଳି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଦଶଗୋଟି ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଦୁର୍ଗମ ଅଂଚଳକୁ, କେବଳ ଭଗବାନ ଭରଷା ବୋଲି, ସର୍ବସାଧାରଣରେ ଆଲୋଚନା ହେଉଛି । ପ୍ରାପ୍ତ ସୂଚନା ଅନୁସାରେ କେବଳ ବାଣିଗୋଛା ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ଡାକ୍ତର ଖାନାରେ ଅଜକୁ ୨୫ ବର୍ଷ ହେବ, ଡାକ୍ତର ନିଯୁକ୍ତି ପାଇନାହାନ୍ତି ଯଦିବା ପାଇଛନ୍ତି ତେବେ ସେହି ଡାକ୍ତର ଅନ୍ୟ କେଉଁଠି କାର୍ଯ୍ୟ କରୁଛନ୍ତି । ତେଣୁ ଏ ଅଂଚଳର ଗରିବ ଆଦିବାସୀ ହରିଜନ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଦଶପଲ୍ଲା , ନୟାଗଡ଼ ଓ ଫୁଲବାଣୀ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଦଶପଲ୍ଲା ପଶ୍ଚିମାଞ୍ଚଳର ଏହି ୪ ଟି ଡାକ୍ତରଖାନାରେ ଶୀଘ୍ର ଡାକ୍ତର ନିଯୁକ୍ତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 1 =