ଗଣିଆଁରେ ପୁଣି ଦୁଇ ଗ୍ରାମ ନିଷିଦ୍ଧାଞ୍ଚଳ

0 239

ଦଶପଲ୍ଲା,୩୧/୫:- ନୟାଗଡ ଜିଲ୍ଲାରେ କରୋନା ତାର ଦବ୍‌ଦବା ଜାରିରଖିଛି । ବିଶେଷକରି ନୟାଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର କାୟା ବିସ୍ତାର କରୁଛି । ସଚେତନତାର ଅଭାବ ଯୋଗୁଁ , ଗ୍ରାମାଞ୍ଚଳର ବହୁ ଜନସାଧାରଣ ପରୀକ୍ଷା କରିବା ପାଇଁ ମଧ୍ୟ କୁଣ୍ଠା ପ୍ରକାଶ କରୁଛନ୍ତି । ତେଣୁ ଗ୍ରାମାଞ୍ଚଳରେ କରୋନା ବଢ଼ିବଢ଼ି ଯାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ଗଣିଆବ୍ଲକ ଗଣିଆ ପଞ୍ଚାୟତ ଏରଣ୍ଡିପଥର ବାଲିସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେହିଭଳି ଭାବେ କରଡାପଡା ପଞ୍ଚାୟତ ରଗଡିସାହି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲଦାର କିଶୋର କୁମାର ପଣ୍ଡା ଆଜି ଦିନ ୧୦ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + four =