ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ଦାବି

0 227

ବୌଦ୍ଧ : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଲକଡାଉନ ଗାଇଡ୍ ଲାଇନକୁ ଜନସାଧାରଣ ପାଳନ କରିବା ପାଇଁ ବାରମ୍ବାର ଆହ୍ୱାନ ଦେବା ସହ ସଚେତନତା ସୃଷ୍ଟି କରିଚାଲିଛି । ଅମାନିଆ ଲୋକଙ୍କୁ ସବାଡ୍ କରିବା ପାଇଁ ପ୍ରଶାସନ ଓ ପୁଲିସ ଆକ୍ସନ ମୁଡରେ । ଏଭଳି ପରିସ୍ଥିତିରେ ଫାଇଦା ଉଠାଇ କେତେକ ଅସାଧୁ ବ୍ୟବସାୟୀ ଚଢାଦରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରୁଥିବା କାଉଟୀମାନେ ଅଭିଯୋଗ କରିଆସୁଛନ୍ତି ।

hiring


ବୌଦ୍ଧ ଜିଲ୍ଲାର ପଡୋଶୀ ଜିଲ୍ଲା ସୋନପୁର, କନ୍ଧମାଳ, ନୟାଗଡ ଓ ଅନୁଗୁଳ ଆଦି ଜିଲ୍ଲାରେ ଜିଲ୍ଲାପାଳମାନେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଚାଉଳ, ଡାଲି, ଅଟା, ସୁଜି, ଚୁଡା ଖାଇବା ତେଲ ଆଦିର ପାଇକାରୀ ଦର ନିର୍ଦ୍ଧାରଣ କରି ପ୍ରଚାର ପତ୍ର ମାଧ୍ୟମରେ ଖାଉଟୀମାନଙ୍କୁ ସୂଚୀତ କରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ଅସାଧୁ ବ୍ୟବସାୟୀମାନେ ଦରବୃଦ୍ଧି କରି ଖାଉଟୀମାନଙ୍କୁ ଶୋଷଣ କରି ଆସୁଥିବା ଅଭିଯୋଗ ହୁଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ଦୋକାନରେ ଭିନ୍ନ ଭିନ୍ନ ଦରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରୟ ହେଉଥିବାରୁ ପ୍ରଶାସନ ଏକ ପାଇକାରୀ ଦର ତାଲିକା ସର୍ବସାଧାରଣରେ ପ୍‌କରାଶ କରିବାର ଆବଶ୍ୟକତା ରହିଛି । ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ଜିନିଷପତ୍ର ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖି ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଲକଡାଉନ ୧୭ ଦିନରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇନଥିବା ସଚେତନ ନାଗରିକମାନଙ୍କ ମନରେ ବିସ୍ମୟ ପ୍ରକାଶ ପାଉଛି । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 − 4 =