ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ

0 159

ବୌଦ୍ଧ : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ମଦୁମୁଣ୍ଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୫ ବଖରା ଘର ପୋଡି ଯାଇଥିଲା । ତିନୋଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ପଡୋଶୀ ଡିମିରିଖୋଲ ଗ୍ରାମବାସୀମାନେ ବିପନ୍ନ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ସହାୟତାର ହାତ ବଢାଇଥିଲେ । ସେହିପରି ଛତ୍ରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶୀଳ ପ୍ରଧାନ ବିପନ୍ନ ପରିବାରମାନଙ୍କୁ ସମବେଦନ ଜଣାଇବା ସହ ଚାଉଳ, ଡାଲି ଆଦି ଯୋଗାଇ ଦେବ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରାମର ଭୋଳେଶ୍ୱର ବେହେରାଙ୍କ ଘରେ ସନ୍ଧ୍ୟାରେ ରୋଷେଇ ଚାଲିଥିବା ବେଳେ ଘର ଚାଳରେ ଆକସ୍ମାତ ନିଆଁ ଲାଗିଯାଇଥିଲା । ପରେ ପରେ ତାଙ୍କ ପଡୋଶୀ ତତା ସାନଭାଇ ରାଜନ ବେହେରା ଓ ସୁଦନ ବେହେରାଙ୍କ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଚାରିଛକରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ବିପନ୍ନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅଗ୍ନିକାଣ୍ଡରେ ୫ବଖରା ଘର ସହ ଅନେକ ଆସବାବପତ୍ର, ଲୁଗାପଟା ଓ ଚାଉଳ ଡାଲି ଆଦି ଖାଦ୍ୟ ସାମଗ୍ରୀ ଆଦି ଅନ୍ୟୁନ ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

5 × four =