କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କଲେ ଅବସରପ୍ରାପ୍ତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ କର୍ମଚାରୀ

0 467

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା\’ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୩୯ଜଣ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶ ତଥା ରାଜ୍ୟ ଆର୍ଥିକ ସଂକଟ ଦେଖାଦେଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବହୁ ନେତ, ମନ୍ତ୍ରୀ,ପ୍ରତିଷ୍ଠାନ ତଥା ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବହୁ ଅର୍ଥ ଦାନ କରିଛନ୍ତି । ଏହି କ୍ରମରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଅବସରପ୍ରାପ୍ତ କର୍ମଚାରୀ ପ୍ରଭାକର ସାହୁ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକଲକ୍ଷ ଏକ ହଜାର ଟଙ୍କା ଦାନ କରିଛନ୍ତି । ଏହି ଟଙ୍କାକୁ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ଉପସ୍ଥିତ ଥିଲେ । ଏହି ମହାନ କାର୍ଯ୍ୟ ପାଇଁ ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =