କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍‌ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

0 482

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍‌ସ ପରିସରରେ କିଟ୍‌, କିମ୍‌ସ ଓ କିସ୍‌ର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ କିଟ୍‌, କିସ୍ ଓ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯେଉଁମାନେ କୋଭିଡ୍ ଯୋଦ୍ଧା ଭାବେ ଦିନରାତି କରୋନା ଆକ୍ରାନ୍ତଙ୍କ ସେବାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତବ୍ୟ ।

କରୋନା ରୋଗୀଙ୍କ ନିରନ୍ତର ସେବା ଯୋଗାଇ ଆସୁଥିବା କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ନିୟୋଜିତ ଡାକ୍ତର ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୩ ମାସ ଧରି ଏମାନେ ନିଜ ପରିବାର ଭୁଲି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ସମଗ୍ର ଭାରତରେ କୋଭିଡ୍ ହସ୍‌ପିଟାଲ୍ ସ୍ଥାପନ କରିବାରେ କିମ୍‌ସ ହେଉଛି ପ୍ରଥମ । କେବଳ ଏମାନେ ନୁହନ୍ତି, କିଟ୍ ଓ କିସ୍‌ର ବହୁ କର୍ମଚାରୀ ମଧ୍ୟ ତାଲାବନ୍ଦ ଦିନଠାରୁ ଆଜି ପର୍ଯ୍ୟନ୍ତ କରୋନା ଯୋଦ୍ଧା ଭାବେ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି ।

hiring

ତାଲାବନ୍ଦ ସମୟରେ ବିଭିନ୍ନ ଅଂଚଳ ବୁଲି ଏହି କର୍ମଚାରୀମାନେ ଗରିବ, ନିରାଶ୍ରୟ ତଥା ପୋଲିସ୍ କର୍ମଚାରୀଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଉପକରଣ ଯୋଗାଇ ଦେଇ ଆସୁଛନ୍ତି । ଏବେ ବି ଯେଉଁଠି ଯେତେବେଳେ ସାହାଯ୍ୟର ଆବଶ୍ୟକ ପଡ଼ୁଛି କିଟ୍ ଓ କିସ୍‌ର ଏହି କରୋନା ଯୋଦ୍ଧାମାନେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ଲୋକଙ୍କ ନିକଟରେ ପହଁଚାଉଛନ୍ତି । ସେମାନେ ମଧ୍ୟ ପ୍ରଶଂସାର ପାତ୍ର । ଅସମୟରେ କିଟ୍ ଓ କିସ୍ ସର୍ବଦା ଲୋକଙ୍କୁ ସେବା ଯୋଗାଇ ଦେଇ ଆସିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =