ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ମାସ୍କ ବଣ୍ଟନ

0 96

ବୌଦ୍ଧ : ବୌଦ୍ଧ ସହର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ବୌଦ୍ଧ ସହର ୧୭ ନମ୍ବର ୱାର୍ଡ ବୁଟୁପାଲି ଖଦାକସାହିରେ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ବୌଦ୍ଧ ଏନଏସିର ପୂର୍ବତନ ନଗରପାଳ ଶ୍ରୀମତୀ ଦିପ୍ତିପ୍ରଭା ସ୍ୱାଇଁ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଉଦୟନାଥ ପାତ୍ର ଘରଘର ବୁଲି ମାସ୍କ ବଣ୍ଟନ କରି ସଚେତନତା କରିଥିଲେ । ବୁଟୁପାଲି ଖଦାଳସାହିର ୯୦ ପ୍ରତିଶତ ପରିବାର ଶ୍ରମଜୀବି ପରିବାରର ଦୈନନ୍ଦିନ କାର୍ଯ୍ୟ କଲେ ଯାଇ ସେମାନଙ୍କର ପରିବାର ପ୍ରତିପୋଷଣ ହୋଇଥାଏ । ଲକଡାଉନ ପାଇଁ ସେମାନଙ୍କର ପରିବାର ପ୍ରତିପୋଷଣ ହୋଇଥାଏ । ଲକଡାଉନ ପାଇଁ ସେମାନଙ୍କର ପରିବାର ମାନେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ସାହିବାସିନ୍ଦାମାନେ ଅଭିଯୋଗ କରିଥିଲେ । ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ସୁଶ୍ରୀ ସୁମନ ଷଡଙ୍ଗୀ, ସମାଜସେବୀ ସତ୍ୟଜିତ କୁମାର ପଣ୍ଡା, ଆଇନଜୀବି ପରଦେଶୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ସାୱନ ସନ୍ଧ୍ୟା ଲେଡିଜ କ୍ଲବର ଏଭଳି କାର୍ଯ୍ୟକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

five × one =