ଓଡିଶା ଫେରନ୍ତାଙ୍କ ପାଇଁ କାଲିଠୁ ପଞ୍ଜିକରଣ ହେବ ଆରମ୍ଭ

0 155

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଓଡିଶା ଫେରନ୍ତାଙ୍କ ପାଇଁ ଅନଲାଇନ ପୋର୍ଟାଲର ପଞ୍ଜିକରଣ ଆରମ୍ଭ ହେବ । ଏହି ସରକାରୀ ପୋର୍ଟାଲ ବ୍ୟବହାର କରି ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ପଞ୍ଜିକରଣ କରିବେ । କିମ୍ବା ପ୍ରବାସୀମାନଙ୍କ ଆତ୍ମୀୟମାନେ ଓଡିଶାରେ ଥାଇ ମଧ୍ୟ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ କରିବାବେଳେ ସେମାନେ ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡିଆ କିମ୍ବା ଇଂରାଜୀ ଭାଷାରେ ତାହାକୁ ପୂରଣ କରିବେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଲକଡାଉନ ଉଠିବା ପରେ ଯଦି ସବୁ ପ୍ରବାସୀ ଓଡିଆ ପ୍ରଥମ ସପ୍ତାହରେ ଓଡିଶା ଫେରିବାକୁ ଆବେଦନ କରନ୍ତି ତେବେ ସେଥିନେଇ କି ପ୍ରକାର ପରିସ୍ଥିତି ଓଡିଶାରେ ସୃଷ୍ଟି ହେବ ।

hiring

ଗତକାଲି ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି । ତାଙ୍କ ସୂଚନା ଅନୁଯାୟୀ ପ୍ରବାସୀ ଓଡିଆମାନେ ପଞ୍ଜିକରଣ କରି ଓଡିଶା ଫେରିବାକୁ ବାଧ୍ୟ । ଆକଳନ ଅନୁଯାୟୀ ସାଢେ ୫ଲକ୍ଷରୁ ସାଢେ ୭ଲକ୍ଷ ପ୍ରବାସୀ ଓଡିଆ ଓଡିଶା ବାହାରେ ଫଶି ରହିଛନ୍ତି । ଲକଡାଉନ ଉଠିଲେ ସବୁ ପ୍ରବାସୀ ଓଡିଆ ଘରୁ ହୋଇଥିବାରୁ ଏକକାଳୀନ ଏତେ ସଂଖ୍ୟାରେ ଓଡିଆ ଫେରିଲେ ତା’ର ସ୍ଥିତି ଓଡିଶାର ଭିନ୍ନ ଭିନ୍ନ ପଞ୍ଚାୟତ, ଜିଲ୍ଲାରେ କେମିତି ପରିସ୍ଥିତି ସୃଷ୍ଟି କରିବ ତାକୁ ନେଇ ଏବେ ସାଧାରଣସ୍ତରରେ ଚିନ୍ତାକରାଗଲାଣି । ଲକଡାଉନ ଥାଇ ମଧ୍ୟ ଉତ୍ତରଓଡିଶାର ୩ଟି ଜିଲ୍ଲାର ସଂକ୍ରମଣ ସ୍ଥିତି ଅଧିକା ରହିଛି । ଏଭଳି ସ୍ଥିତିରେ ସଂକ୍ରମଣ ପ୍ରବଣ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ତାମିଲନାଡୁ, ଆନ୍ଧ୍ର ଆଦି ରାଜ୍ୟରୁ ପ୍ରବାସୀମାନେ ଫେରିବେ ।

ବାହାର ରାଜ୍ୟରେ ଫସିଥିବା ଲୋକେ ଲକଡାଉନ ପରେ ଓଡିଶା ଫେରିବାପାଇଁ ଚାହୁଁଥିଲି ରାଜ୍ୟ ସରକାରଙ୍କ http://covid19.odisha.gov.in/registration ପୋର୍ଟାଲରେ ନିଜ ନାମ ପଞ୍ଜିକୃତ କରନ୍ତୁ ।

hiranchal ad1
Leave A Reply

Your email address will not be published.

3 × two =