ବନ୍ଧା ହେଲେ ଫେସବୁକ୍‌ କୁଇନ୍‌: ଫେକ୍‌ ଆକାଉଣ୍ଟ ଖୋଲି ଚୂନା ଲଗାଉଥିଲେ ଯୁବକଙ୍କୁ

0 192

ବନ୍ଧା ହେଲେ ଫେସବୁକ୍‌ କୁଇନ୍‌ । ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ ହଜାର ହଜାର ଟଙ୍କା । ୧୫ରୁ ଅଧିକ ଯୁବକଙ୍କୁ ଫସାଇଥିବା ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ପ୍ରିୟଙ୍କାଙ୍କ ଘର ବାଣପୁର ନିକଟ ନାଚୁଣୀ ଗାଁର ବୋଲି ଜଣାପଡିଛି । ନିଜକୁ ଡାକ୍ତର, ଇଞ୍ଜିନିୟର କହି ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଟଙ୍କା ନେଲା ପରେ ଆକାଉଣ୍ଟ ବନ୍ଦ କରିଦେଉଥିଲେ ପ୍ରିୟଙ୍କା । କେହି ଭିଡିଓ କଲ୍‌ କଲେ ଘରେ ଥିବା ବାହାନା କରି ଫୋନ ଉଠାଉନଥିଲେ । ମାଷ୍ଟରମାଇଣ୍ଡ ପ୍ରିୟଙ୍କାଙ୍କ ଗିରଫ ପରେ ତାଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ସହ ମୋବାଇଲ, ଏଟିଏମ୍‌ କାର୍ଡ, ବ୍ୟାଙ୍କ ପାସ୍‌ ଓ ଚେକ୍‌ ବୁକ୍‌ ଜବତ ହୋଇଛି।

hiranchal ad1
Leave A Reply

Your email address will not be published.

eight + seventeen =