କରୋନା ସଚେତନତା କରାଉଛନ୍ତି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ

0 85

ଗଜପତି,୩୧/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡ଼ରେ ଘରକୁଘର ଯାଇ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀମାନେ କରୋନା ସଚେତନତା କରାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ-୧୯ ଉପରେ ସର୍ଭେ କରିବାସହ ଘରେ କାହାକୁ ଥଣ୍ଡା, କାଶ, ଜ୍ୱର ହୋଇଛି କି ନାହିଁ ବି.ପି ସୁଗାର କାହାକୁ ଅଛି କି ନାହିଁ ତଥ୍ୟ ନେବା ସହ କୋଭିଡ ଟୀକା ୪୫ ବର୍ଷରୁ ଉର୍ଦ୍ଧ୍ୱ ନେଇଛନ୍ତି କି ନାହିଁ କେତୋଟି ଟୀକା ନେଇଛନ୍ତି ଯଦି ପ୍ରଥମ ଟୀକା ନେଇଛନ୍ତି ତାହାହେଲେ ତାର ୮୪ ଦିନ ପରେ ଦ୍ୱିତୀୟ ଟୀକା ନେବାକୁ ପରାମର୍ଶ ଦେବା ସହ ଅକ୍ସିମିଟର ଦ୍ୱାରା ଅମ୍ଳଜାନ ସ୍ତର ଓ ଟେଂପରେଚର ଯାଞ୍ଚ କରାଯାଉଛି । ଲୋକଙ୍କୁ ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ଯାଆନ୍ତୁ ନହେଲେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ସରକାରଙ୍କ କୋଭିଡ ଗାଇଡ଼ଲାଇନକୁ ମାନନ୍ତୁ । ମାସ୍କ, ସାନିଟାଇଜର ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହିଭଳି ସଚେତନତା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲୁରହିଛି । ଏହିଭଳି କାର୍ଯ୍ୟକ୍ରମକୁ ସହରବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × three =