ବାଲ୍ୟବିବାହ ନିମନ୍ତେ ସଚେତନତା ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟକ୍ରମ

0 60

ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟ ବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତ ସଭ୍ୟାମାନଙ୍କୁ ନେଇ ବାଲ୍ୟବିବାହ ବନ୍ଦ କରିବାପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ମାଳତୀ ଦଣ୍ଡିଆ ସମସ୍ତ ସଭ୍ୟାଙ୍କୁ ସ୍ୱାଗତ ଜଣାଇ ଆଜିର ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏକ୍ସନଏଡ଼ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ବାଲ୍ୟବିବାହ ଦ୍ୱାରା କମ ବୟସ ପୁଅ /ଝିଅ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଅନ୍ଧବିଶ୍ୱାସକୁ ଦୂରକରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ଲାଗୁ ହୋଇଛି । ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା । ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ସୁରକ୍ଷିତ ରଖିବା ସହିତ ପିତାମାତା କିପରି ଶିଶୁସୁରକ୍ଷାକୁ ନେଇ ଦକ୍ଷତା ବୃଦ୍ଧି କରାଯାଇ ପାରିବ ଓ ଆମ ଗ୍ରାମ /ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବାସହ ସଚେତନତା ସୃଷ୍ଟି କରିବା ନିମନ୍ତେ ଶପଥପାଠ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଆୟୋଜିତ କାର୍ଯ୍ୟକ୍ରମରେ ୬୫ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଇନ୍ଦୁମତୀ ଦେବୀ ପଞ୍ଚାୟତ ସହାୟିକା ଏକ୍ସନଏଡ଼ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × four =