ଏଲ୍‌ଡିଏମ ଓ ପ୍ରଶାସନର ସ୍ୱତନ୍ତ୍ର ସମନ୍ୱୟ ବୈଠକ : ଚାଷୀଙ୍କୁ ଅଧିକରୁ ଅଧିକ ଋଣ ଯୋଗାଣ ଉପରେ ଗୁରୁତ୍ୱାରୋପ

0 255

ଭଦ୍ରକ : ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଛତୁ, କୁକୁଡା ପାଳନ, ପଶୁପାଳନ ଆଦିଙ୍କ ନିମନ୍ତେ ସ୍ୱଳ୍ପକାଳୀନ ଋଣ ଯୋଗାଣ ନେଇ ଲିଡ ବ୍ୟାଙ୍କ ଓ ଜିଲ୍ଲା ପ୍ରଶାସନର ଲାଇନ ଡିପାର୍ଟମେଣ୍ଟର ଏକ ସମନ୍ୱୟ ବୈଠକ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍‌ାରେ ଅନୁଷ୍ଠିତ ଏହି ବୈଠକରେ ଲିଡ ବ୍ୟାଙ୍କର ଶାଖା ପରିଚାଳକ ଏମ. ନାଗେଶ୍ୱର ରାଓ, ନାବାର୍ଡ ଏଜିଏମ୍ ପ୍ରମୋଦ କୁମାର ବେହେରା ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ପଶୁପାଳନ କରୁଥିବା ବ୍ୟକ୍ତି, ଛତୁ ଚାଷୀ, କୁକୁଡା ଫାର୍ମ କରୁଥିବା ପଶୁପାଳକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆର୍ôଥକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କରୋନା ପ୍ରଭାବରେ ଚାଷୀଙ୍କ କ୍ଷେତ୍ରରେ ଘଟିଥିବା ଆର୍ôଥକ ଦୁର୍ବଳତାକୁ ସୁଦୃଢ କରିବା ପାଇଁ ଅଧିକରୁ ଅଧିକ ଋଣ ପ୍ରଦାନ କିଭଳି ଭାବେ ହୋଇ ପାରିବ, ବିଶେଷ କରି ଚାଷୀ ଓ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ସ୍ୱଳ୍ପକାଳୀନ ଋଣ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ଋଣ ପ୍ରଦାନରେ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଋଣ ଦେବା ଓ ଋଣ ଆଦାୟ କରିବା କ୍ଷେତ୍ରରେ ବ୍ୟାଙ୍କ ଗୁଡିକୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହାର ସୁପରିଚାଳନା ପାଇଁ ଲାଇନ ଡିପାର୍ଟମେଣ୍ଟ ଗୁଡିକର ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ସରକାରୀ ବେସରକାରୀ ସମସ୍ତ ବ୍ୟାଙ୍କକୁ ବନ୍ଦ ରଖିବା କ୍ଷେତ୍ରରେ ଲିଡ ବ୍ୟାଙ୍କ ପଦକ୍ଷେପ ନେବାକୁ କୁହାଯାଇଥିଲା ।

hiranchal ad1
Leave A Reply

Your email address will not be published.

three + 11 =