ହାତୀପାଲି ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଅଚଳ

0 230

ବୈାଦ୍ଧ:ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମପଞ୍ଚାୟତରେ ହାତୀପାଲି ଗ୍ରାମରେ ୨୦୧୮ମସିହାରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓ ଜାତୀୟ ଗ୍ରାମୀଣ ପାନୀୟଜଳ କାର୍ଯ୍ୟକ୍ରମ ଜରିଆରେ ଆଉ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସୌରରଶ୍ମି ଚାଳିତ ଏହି ପ୍ରକଳ୍ପକୁ ଭିଟେକ ଇଞ୍ଜିନିୟର୍ସ ଭୁବନେଶ୍ୱର ନିର୍ମାଣ କରିଥିଲା । ଯାହାକି ମାତ୍ର ୨/୩ ମାସ ଚାଲିବାପରେ ଅଚଳ ହୋଇଯାଇଛି ଓ ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ନିମ୍ନମାନର ସାମଗ୍ରୀ ଓ ନିର୍ମାଣ ଯୋଗୁଁ ଏହି ପ୍ରକଳ୍ପ ଅଚଳ ହୋଇ ପଡିଛି ଓ ଲୋକଙ୍କ ବ୍ୟବହାରରେ ଆସିପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପରେ ଲାଗିଥିବା ସୋଲାର ପ୍ଲେଟ ଓ ୧ ଏଚ୍‌.ପି ବିଶିଷ୍ଟ ପାଣି ମିଟର କାର୍ଯ୍ୟ କରୁନାହିଁ । ପିଇବାପାଣି ଟିକିଏ ପାଇଁ ଗ୍ରାମଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଥିବା ଏକ ନଳକୂପ ଉପରେ ଗ୍ରାମବାସୀ ବର୍ତ୍ତମାନ ନିର୍ଭର କରୁଛନ୍ତି । ସେହି ନଳକୂପ ନିକଟରେ ପିଇବାପାଣି ଟିକିଏ ପାଇଁ ଲୋକେ ଲାଇନ ଲଗାଇବାକୁ ବାଧ୍ୟ ହେଉଛନ୍ତି ।

hiring

ଗ୍ରାମପଞ୍ଚାୟତ ଓ ପାନୀୟଜଳ ପରିମଳ ବିଭାଗ ତାହାର ମରାମତି କରିବା ଦିଗରେ ମଧ୍ୟ ଯତ୍ନବାନ ହେଉନଥିବା ପରିତାପର ବିଷୟ । ୩ଲକ୍ଷ ୩୦ହଜାର ୪୯୫ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ଦୈନିକ ଜଳଯୋଗାଣ କ୍ଷମତା ୮ହଜାରରୁ ୧୦ହଜାର ଲିଟର ହୋଇଥିବା ଜଣାଯାଏ । ବୌଦ୍ଧ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯାନ୍ତ୍ରିକ ପରାମର୍ଶକ୍ରମେ ନିର୍ମାଣ ହୋଇଥିବାବେଳେ କେଉଁ କାରଣରୁ ଏହା ଅଚଳ ହୋଇଛି ତାହାର ଖବର ମଧ୍ୟ ବିଭାଗ ପାଖରେ ନଥିବା ଆଶ୍ଚର୍ଯ୍ୟର ବିଷୟ । ଭୁବନେଶ୍ୱରର ଠିକାସଂସ୍ଥା ତାର ସଂପୂର୍ଣ୍ଣ ବିଲ୍ ପାଇ ଫେରାର ହୋଇଥିବା ଲୋକେ ପାଣି ଟିକେ ନପାଇ ଡହଳବିକଳ ହେଉଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ କାହିଁକି ଚୁପ୍ ରହିଛି ଏହା ଓ ସମସ୍ତଙ୍କୁ ବିସ୍ମିତ କରୁଛି । ବର୍ତ୍ତମାନ ଗ୍ରୀଷ୍ମୁଋତୁରେ ଗ୍ରାମରେ ଥିବା ସମସ୍ତ ଜଳଉତ୍ସ ଶୁଖିଲା ରହିଥିବାରୁ ଓ ଲୋକେ ଜଳକଷ୍ଟ ଭୋଗ କରୁଥିବାରୁ ଜଳଯୋଗାଣ ଓ ପରିମଳ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେଇ ଏହାକୁ ମରାମତି କରିବାପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × 1 =