ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

0 201

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ର ପରିସରରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଆର୍‌ପିଏଫ୍ ସାନ୍ତନୁ କୁମାର ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ କ୍ଲବର ସଦସ୍ୟଙ୍କୁ ଦେଶ ତଥା ଜାତିର ସ୍ୱାର୍ଥ ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସଭାପତି ଋତୁପୂର୍ଣ୍ଣା ପ୍ରଧାନ କ୍ଲବର ଉନ୍ନତି ନିମନ୍ତେ ସହକର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ଶିବାଶକ୍ତି ମହାନ୍ତି, ଉପସଭାପତି ସୁରେଶ ପ୍ରଧାନ, କୋଷାଧ୍ୟକ୍ଷ ଇନ୍ଦ୍ରଜିତ୍ ଚାଉଳିଆ, ସଦସ୍ୟ ରାଣାପ୍ରତାପ ପ୍ରଧାନ, ସଚିନ ଦେହୁରୀ, ତାପସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one + 3 =