କୋଭିଡରେ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ

0 305

ଖପ୍ରାଖୋଲ,୨୫/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଗତକାଲି ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଧରୁଆଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ପାଟଣାଗଡ଼ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ସୁଚନା ମିଳିଛି । । ସ୍ୱର୍ଗତ ଶ୍ରୀ ଧରୁଆଙ୍କୁ ୩୫ ବର୍ଷ ବୟସ ହେଉଥିଲା । ତାଙ୍କ ପଛରେ ବାପା,ମାଁ, ସ୍ତ୍ରୀ,୬ ବର୍ଷ ଝିଅ,୩ ବର୍ଷ ପୁଅକୁ ଛାଡି ଯାଇଛନ୍ତି । ସ୍ୱର୍ଗତ ଶ୍ରୀ ଧରୁଆ ସରଳ, ପରୋପକାରୀ, ମେଳାପୀ ବ୍ୟକ୍ତିଭାବେ ଜଣାଶୁଣାଥିଲେ । ତାଙ୍କର ଅକାଳ ବିୟୋଗରେ ଶିକ୍ଷକ ମହଲ ତଥା ଗ୍ରାମପଞ୍ଚାୟତ ଚଙ୍ଗରିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

4 × one =