କିସ୍‍ର ପ୍ରୟାସ : ୩୦ହଜାର କିସ୍‍ ଛାତ୍ରଛାତ୍ରୀଙ୍କୁ ସୁଖିଲା ଖାଦ୍ୟ ଓ ପାଠ୍ୟୋପକରଣ ବଣ୍ଟନ

0 206

ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଚଳିତଶିକ୍ଷା ବର୍ଷ ପାଇଁ ପୂର୍ବ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । କିସ୍‍ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସର୍ବଦା ଚିନ୍ତା କରୁଥିବା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଘରେ ପାଠ୍ୟ ପୁସ୍ତକ ଓ ସୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ଉଚିତ ମନେକରିଥିଲେ । ଏଥିପାଇଁ କିସ୍‍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କିସ୍‍ ପକ୍ଷରୁ ଚୁଡ଼ା, ଚିନି, ଡାଲି, ବିସ୍କୁଟ୍‍ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ୍‍ ଏବଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ୍‍, ପେନ୍‍ସିଲ୍‍ ଆଦି ପାଠ୍ୟୋପକରଣ ଯୋଗାଇ ଦିଆଯାଇଛି ।

hiring

ଶ୍ରୀ ସାମନ୍ତଙ୍କ ପରାମର୍ଶକ୍ରମେ ଦୀର୍ଘ ୧୫ ଦିନ ଧରି ଏ ନେଇ କିସ୍‍ର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପସ୍ତୁତି ଆରମ୍ଭ କରିଦେଇଥିଲେ । ସୋମବାର ସକାଳେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଂପାଦକ ଆର ଏନ୍‍ ଦାଶ, କିସ୍‍ର ସିଇଓ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖଙ୍କ ଉପସ୍ଥିତିରେ କିସ୍‍ ପକ୍ଷରୁ ୨୫ଟି ବସ୍‍ ଯୋଗେ ଓଡ଼ିଶାର ସମସ୍ତ ଜିଲ୍ଲାରେ ରହୁଥିବା ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଉପରୋକ୍ତ ସାମଗ୍ରୀ ପଠାଯାଇଛି । ନିର୍ଦ୍ଦିଷ୍ଟ କରାଯାଇଥିବା ସ୍ଥାନରେ ପିଲାଙ୍କ ଅଭିଭାବକମାନଙ୍କୁ ଏହି ସବୁ ସାମଗ୍ରୀ ପ୍ରଦାନ କରାଯିବ । କିସ୍‍ର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରି କିସ୍‍ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କହିଛନ୍ତି, ଆମ ପିଲାଙ୍କ ପାଇଁ ମଧ୍ୟ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଚିନ୍ତା ବ୍ୟକ୍ତ କରିବା ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପାଠ୍ୟୋପକରଣ ଆମମାନଙ୍କ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ସେଥିପାଇଁ କିସ୍‍ ଓ ଶ୍ରୀ ସାମନ୍ତଙ୍କୁ ଅଭିଭାବକମାନେ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, ତାଲାବନ୍ଦ ସମୟରେ କିସ୍‍ର ଛାତ୍ରଛାତ୍ରୀ ଯେଭଳି ଶିକ୍ଷା ଠିକ୍‍ ଭାବେ ପାଇ ପାରିବେ ସେ ନେଇ ଅନ୍‍ଲାଇନ୍‍ ଓ ମୋବାଇଲ୍‍ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ରହିଥିଲା ।

hiranchal ad1
Leave A Reply

Your email address will not be published.

twenty − 2 =