ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

0 124

ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦୀନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ଯେ ଛାତ୍ର ଜୀବନର ଉତ୍କଷ୍ଟ ସମୟକୁ ତ୍ୟାଗ ଓ ସେବା ମନଭାବରେ ଉତ୍ସର୍ଗ କରିବା ଆବଶ୍ୟକ ସ୍ବେଚ୍ଛାସେବୀ ମାନେ ସମାଜ ପ୍ରତି ସଚେତନତା ହେବା ସହ ସମାଜରୁ ଅନ୍ଧ ବିଶ୍ୱାସ, କୁସଂସ୍କାର ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଆବଶ୍ୟକ। ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ନିଜ ଅଭିଭାଷଣରେ କହିଥିଲେ ଯେ 1969 ମସିହା ସେପ୍ଟେମ୍ବର 24 ମାସରୁ ସାରା ଦେଶରେ ଏହି NSS ଦିବସକୁ ଗୁରୁତ୍ୱର ସହ ସମସ୍ତ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଉଛି। ଏହା ଛଡା ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷାଲାଭ ବ୍ୟତୀତ ସାମୂହିକ ବିକାଶ ଦିଗରେ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଶେଷରେ NSS ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରୀଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର ଏବଂ ଏଲ ଅଶୋକ ପରିଚାଳନା କରିଥିଲେ।

hiranchal ad1
Leave A Reply

Your email address will not be published.

5 × 3 =