ଉଠାଦୋକାନୀଙ୍କୁ ଅନ୍ତରପାତର ନୀତିରେ ଜବରଦଖଲ ଉଛେଦକୁ ବିରୋଧ; ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ମୋ କଟକ ସୁରକ୍ଷା ମଞ୍ଚର ପ୍ରତିବାଦ

0 43

କଟକ ୦୬।୧୧ : କଟକ ୫୨ନଂ ଓ୍ଵାର୍ଡର ଉଠା ଦୋକାନୀଙ୍କୁ ଅନ୍ତରପାତର ନୀତିରେ ଉଛେଦକୁ ବିରୋଧ କରିବା ସରକାରୀ ଯୋଜନାର ପ୍ରକଳ୍ପକୁ ସାର୍ବଜନୀନ ନକରି ଦଳୀୟ ନେତା ଓ ସରକାରୀ କର୍ମଚାରୀ ମଧୁଚନ୍ଦ୍ରିକାରେ ନିର୍ମାଣ କରାଯିବାର ପ୍ରୟାସ ବିରୁଦ୍ଧରେ ଆଜି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ମୋ କଟକ ସୁରକ୍ଷା ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପ୍ରତିବାଦ କରାଯିବା ସହ କଟକ ମହାନଗର ନିଗମ କମିଶନରଙ୍କ ଉଦ୍ଦେଶ୍ୟରେ ଡେପୁଟି କମିଶନର ଅଜୟ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ୫୨ନଂ ଓ୍ଵାର୍ଡ ରାଜେନ୍ଦ୍ର ନଗର ଅଞ୍ଚଳରେ ତଥା କଟକ ସହର ୟୁନିଟ ନମ୍ବର ୩୨ମଧୁପାଟଣା, ତହସିଲ କଟକ, ତହସିଲ ନମ୍ବର ୨୩୧, ମଧୁପାଟଣା, ଥାନାନମ୍ବର-୭, ଜିଲ୍ଲା କଟକ, ଖତିୟାନର କ୍ରମିକ ନମ୍ବର -୮୮୦, ପ୍ଲଟ୍ ନଂ-୬୪୫, ୬୪୬, ୬୪୭ କ୍ରମାନ୍ଵୟରେ ୦୪୮, ୪୬୮, ୬୩୫ (ROR ସଂଲଗ୍ନ ହୋଇଛି) ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ଉଠାଦୋକାନ କରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଆଜି ସୁଦ୍ଧା କଟକ ମହାନଗର ନିଗମ ତରଫରୁ ଉକ୍ତ ଉଠାଦୋକାନୀଙ୍କୁ କୌଣସି ସ୍ଥାନରେ ବ୍ୟବସାୟ ପାଇଁ ଥଇଥାନର ବ୍ୟବସ୍ଥା କରାଯାଇନଥିବା ନେଇ ଅନେକ ଦୁଃଖ କଷ୍ଟରେ ବ୍ୟବସାୟ କରୁଛନ୍ତି। ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ଦୋକାନ ଘର ଭାଙ୍ଗିରୁଜି ନଷ୍ଟ ହୋଇଥିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଗତକାଲି କଟକ ମହାନଗର ନିଗମ ତରଫରୁ ବିଭାଗୀୟ ଅଧିକାରୀ ଓ ଏନଫୋର୍ସମେଣ୍ଟ ଯାଇ ଏହି ସ୍ଥାନରେ ଥିବା ନିର୍ଦ୍ଧିଷ୍ଟ କିଛି ଉଠାଦୋକାନକୁ ସେହି ସ୍ଥାନରୁ ଉଠାଇବା ପାଇଁ ତାଗିଦ କରି କହିଛନ୍ତି । ଆସନ୍ତା ରବିବାର ତା-୦୭.୧୧.୨୦୨୧ ସୁଦ୍ଧା ଉକ୍ତ ସ୍ଥାନରୁ ଯଦି ଦୋକାନ ଖାଲି କରିନଥିବ ତାହାଲେ ଜବରଦସ୍ତ ଭାଙ୍ଗିଦେବୁ କହିଛନ୍ତି । ମାତ୍ର କୌଣସି ଲିଖିତ ଜଣାଇନାହାଁନ୍ତି ଓ ଏହି ସ୍ଥାନରେ କଟକ ମହାନଗର ନିଗମର ଏକ ପ୍ରକଳ୍ପ କାର୍ଯ୍ୟ ହେବ ବୋଲି କହିଛନ୍ତି ବୋଲି ଉଠାଦୋକାନୀ ପ୍ରକାଶ କରିଛନ୍ତି। ଗତ ୨ବର୍ଷ କରୋନାରେ ବ୍ୟବସାୟ ବନ୍ଦ ଯୋଗୁଁ ଆମ୍ଭେମାନେ ଋଣକରି ପରିବାର ପ୍ରତିପୋଷଣ କରୁଛନ୍ତି। କଟକ ମହାନଗର ନିଗମର ପି.ଏମ. ସ୍ଵନିଧି ଯୋଜନାରେ ଋଣନେଇ ବ୍ୟବସାୟ କରୁଛୁ ଏବଂ ମାସିକ କିସ୍ତି ଶୁଝୁଛୁ। ଉକ୍ତ ସ୍ଥାନରେ ତଥା ରେଳବାଇ, ସରକାରୀ ଜାଗାରେ ଅନେକ ଦୋକାନ, ଘର ଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ଉଠା ଦୋକାନୀଙ୍କୁ ଉଛେଦ କରିବାପାଇଁ କହିବା ଏକ ରାଜନୈତିକ ଷଡ଼ଯନ୍ତ୍ର ଯୋଗୁଁ ଉଛେଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କଟକ ମହାନଗର ନିଗମ ତରଫରୁ ଏହି ରେଳବାଇ ଜମିରେ ଯଦି କୌଣସି ପ୍ରକଳ୍ପ କରିବାର ଯୋଜନା ଅଛି ଏହି ରେଳବାଇ ଜାଗାକୁ କଟକ ମହାନଗର ନିଗମ ନିଜ ଅଧିନକୁ ଆଣିଛନ୍ତି ଓ ଯେଉଁ ପ୍ରକଳ୍ପ ହେବ ତାହା ସାର୍ବଜନୀନ କରିବାପାଇଁ ମୋ କଟକ ସୁରକ୍ଷା ମଞ୍ଚ ସଭାପତି ଅକ୍ଷୟ ପଣ୍ଡା ଦାବୀ କରିଛନ୍ତି। କାରଣ ଏହା ପୁର୍ବରୁ କଟକ ୫୨ନଂ ଓ୍ଵାର୍ଡରେ ବେଆଇନ ଭାବେ ଘରୋଇ ଜାଗାରେ ସାଂସଦ ପାଣ୍ଠି ୪ଲକ୍ଷରେ ଏକ କମ୍ୟୁନିଟି ହଲ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ସାଂସଦ ପାଣ୍ଠି ଅନିୟମିତତା ନେଇ DPMU କଟକ ଚିଠିନଂ -୧୬୬୭/ତା-୨୩.୦୭.୨୦୧୮ ରେ ବି.ଡି.ଓ. କଟକ ସଦରଙ୍କୁ ଏକଚିଠି ହୋଇଥିଲା (ଚିଠି, ଜାଗା ପଟାର ନକଲ ସଂଲଗ୍ନ ହୋଇଛି)। ଉକ୍ତ କମ୍ୟୁନିଟି ହଲକୁ ବେଆଇନ ଭାବେ ଭଡାଲଗାଇ ଭୋଜିଭାତ କରୁଥିବା ନେଇ କଟକ ମହାନଗର ନିଗମ ଚିଠି ନଂ-୩୩୭୦/ତା-୧୨.୦୪.୨୦୧୭ରେ ଲିଖିତ ଜଣାଇଥିଲେ । ମାତ୍ର ଆଜିସୁଦ୍ଧା ଏହି କମ୍ୟୁନିଟି ହଲକୁ ଜନସାଧାରଣଙ୍କ କାର୍ଯ୍ୟରେ ନ ଲଗାଇ କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ବେଆଇନ ଭାବେ ଭଡା ଲଗାଇବା (ପ୍ରମାଣ ସ୍ଵରୂପ ସିଏମସି ଚିଠି ସଂଲଗ୍ନ ହୋଇଛି) ଓ ନିଜ ଅକ୍ତିଆରରେ ରଖି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି(ଫଟୋକପି ଓ ଗଣମାଧ୍ୟମରେ ପ୍ରକାଶିତ ଖବର ସଂଲଗ୍ନ ହୋଇଛି)। ଏହି ଓ୍ଵାର୍ଡର ଆଉ ଏକ ସ୍ଥାନରେ ରେଳବାଇ ଜାଗାରେ କଟକ ମହାନଗର ନିଗମର ୨ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟରେ ଡଃ ଅବଦୁଲ କଲାମ ଓ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି । କଟକ ୫୨ନଂ ଓ୍ଵାର୍ଡରେ ଲକ୍ଷାଧିକ ଅର୍ଥ ବ୍ୟୟରେ ଜାଗା ମିଶନରେ ଯେଉଁ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ନିର୍ମାଣ ହୋଇଛି କେତେ ଅର୍ଥ ବ୍ୟୟ ହୋଇଛି ସେ କେଉଁ ଜାଗାରେ(ପ୍ଲଟ୍,ଖାତା ନଂ) ହୋଇଛି ତାହାର ତଥ୍ୟ ସୂଚନାଅଧିକାର ଆଇନରେ ମିଳୁନଥିବା ଓ ବର୍ତ୍ତମାନ ସେହି ସ୍ଥାନ କି କାର୍ଯ୍ୟରେ ଲାଗୁଛି ବିଭାଗୀୟ ଅଧିକାରୀ ଏହାକୁ ନିରୀକ୍ଷଣ କଲେ ଜାଣିପାରିବେ ବୋଲି ମଞ୍ଚ ଅଭିଯୋଗ କରିଛି । ଏହି ଓ୍ଵାର୍ଡରେ ବିଜେଡି ନେତାଙ୍କ ସହ ସରକାରୀ କର୍ମଚାରୀ ମିଳିମିଶି ପ୍ରକଳ୍ପ ଗୁଡିକ ସାର୍ବଜନୀନ ନକରି କାର୍ଯ୍ୟ କରୁଛନ୍ତି। ଜନସାଧାରଣଙ୍କ ଟିକସ ଅର୍ଥରେ କଟକ ୫୨ନଂ ଓ୍ଵାର୍ଡରେ ସରକାରୀ ଯୋଜନାର ଅର୍ଥ ହରିଲୁଟ କରିବାପାଇଁ ବେଆଇନ କାର୍ଯ୍ୟ ଏବଂ କୌଣସି ପ୍ରକଳ୍ପ ସାର୍ବଜନୀନ ନକରିବା ସହ ସୂଚନାଫଳକ ନ ଲଗାଇ କାର୍ଯ୍ୟ ହେଉଛି । ଯାହାଦ୍ୱାରା ସରକାରଙ୍କ ସ୍ଵଛତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓ୍ଵାର୍ଡର ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ସୂଚନାଅଧିକାର ଆଇନରେ ତଥ୍ୟ ମାଗିଲେ ସଠିକ ସୂଚନା ମିଳୁନଥିବାରୁ ଏକ ବଡ଼ ଧରଣର ଦୁର୍ନୀତି ହେଉଥିବା ଜିତେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି । ଉକ୍ତ ରେଳବାଇ, ସରକାରୀ ଜାଗାରେ କଟକ ମହାନଗର ନିଗମ ପ୍ରକଳ୍ପ କରିବାର ଯୋଜନା ରଖିଛନ୍ତି ଯଦି ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ (D.P.R.)ସାର୍ବଜନୀନ କରିବା ସହ ଆମ୍ଭକୁ ଥଇଥାନର ବ୍ୟବସ୍ଥା କରାଯାଇ ଉଚିତ କ୍ଷତିପୂରଣ ସହ ଉକ୍ତ ସ୍ଥାନରେ ଜବରଦଖଲ ଉଛେଦ ପାଇଁ ଅନ୍ତରପାତର ନୀତି ନକରି ସମସ୍ତ ଜବରଦଖଲକାରୀଙ୍କୁ ଉଛେଦ କରାଯାଉ ବୋଲି ଦାବୀ କରାଯାଇଛି।କଟକ ମହାନଗର ନିଗମ କମିଶନର ଉକ୍ତ ଜାଗା ସମ୍ବନ୍ଧରେ ସଠିକ ତଥ୍ୟ ଜାଣି ପ୍ରକଳ୍ପ କରିବାପାଇଁ ଅନ୍ତରପାତର ନୀତି ନକରି ଉଠାଦୋକାନୀ ମାନଙ୍କୁ ସଠିକ ଥଇଥାନ ସହ କ୍ଷତିପୂରଣ ଦାବି କରିଛି ମୋ କଟକ ସୁରକ୍ଷା ମଞ୍ଚ। ଆଜି କାର୍ଯ୍ୟକ୍ରମରେ ଅଜୟ ଦାସ, ଅନନ୍ତ ପରିଡା, ଫଗୁଆ ରାଉତ, ବିଚି ପ୍ରଧାନ, କୃଷ୍ଣଚନ୍ଦ୍ର ଦାସ, ଫକିର ଦଳାଇ, ମନୋଜ ପ୍ରଧାନ, ଅଜୟ ବାରିକ, ସଙ୍ଗର ନାଏକ, ଟୁକୁନା ନାୟକ, ପ୍ରମୋଦ ବେହେରା, ଆୟୁ ଖାଁ, ବାସୁଦେବ ଦାସ, ରଞ୍ଜିତ ସାହାନୀ, ବ୍ରହ୍ମାନନ୍ଦ ଟହଲ, ଦିନେଶ ଗୁପ୍ତା, କାବୁଲା ପାଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

11 + fourteen =