ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ; ପାର୍ଟି ନୁହେଁ ବାଛିଲେ ମାଟି

0 89

ବଲାଙ୍ଗୀର ୦୫।୧୧ :  ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଛାଡିଲେ ଦଳ । ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ମହାରାଣି ସାସଂଦ ସଙ୍ଗୀତା ସିଂହଦେଓ ଓ ବିଜେପି ରାଜା ପୂର୍ବତନ ମନ୍ତ୍ରୀ ରାଜ୍ୟ ଅଧକ୍ଷ କେ ଭି ସିଂହଦେଓଙ୍କୁ ଦାୟି କରିଛନ୍ତି। ବିଜେପି ମହାରାଜ ମହାରାଣିଙ୍କ ଚାପରେ ଅଞ୍ଚଳବାସୀଙ୍କୁ ଧୋକା ଦେଇପାରିବେ ନାହିଁ । ପାର୍ଟି ଅପେକ୍ଷା ମାଟି ସହ ରହିବା ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ସୂଚାଇ ଦିଆଯାଏ ଯେ, ସଇଁତଳା ବ୍ଳକ ଅଞ୍ଚଳରେ ଆଦିତ୍ୟ ବିର୍ଲା କମ୍ପାନୀ & କୋ’ର ସୋଲାର ପାଓରପ୍ଳାଣ୍ଟ ସ୍ଥାପନକୁ ଲୋକେ ବିରୋଧ ଏବଂ ଆନ୍ଦୋଳନ କରୁଛନ୍ତି । ପାଣ୍ଡବ ଏ ଆନ୍ଦୋଳନର ଜଣେ ଅନ୍ୟତମ ନେତୃତ୍ବ । ଆନ୍ଦୋଳନରୁ ହଟିବା ପାଇଁ ମହାଚାପ ପଡୁଥିବା ଲେଖିଛନ୍ତି । ଜିଲ୍ଲା ବିଜେପି ପାଇଁ ପୁଣି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର ଚାଲେଞ୍ଜ ବେଳେ ଦଳୀୟ ନେତାଙ୍କ ତ୍ୟାଗ କେତେ ପ୍ରଭାବିତ କରିବ ସମୟ କହିବ। ତେବେ ଆଉଥରେ ବିଜେପି ରାଜ ପରିବାର ଚାପ ଚାରିଆଡେ ଚଚ୍ଚିର୍ତ ବିଷୟ ବସ୍ତୁ ।

hiranchal ad1
Leave A Reply

Your email address will not be published.

12 + 20 =