ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ

0 79

ଫୁଲବାଣୀ,୨/୫:- ଟିକାବାଲି ଠାରେ ବ୍ଲକସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍‌ କାର୍ଟ, ଅମାଜନ ଓ ଭିଗମାର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜନିଜର ଦ୍ରବ୍ୟ ବିକିବା ନିମନ୍ତେ ଆଗାମୀ ୩ ଦିନ ଧରି ତାଲିମ ଦିଆଯିବା ସହିତ ଉକ୍ତ ମାର୍କେଟ ଆପରେ ରେଜିଷ୍ଟର କରିବା ବ୍ୟବସ୍ଥା ମଧ୍ୟ କରାଯିବ । ଏହି ତାଲିମ ଶିବିରରେ ବ୍ଲକ ଉନ୍ନୟନ ଅଧିକାରୀ, ଟିକାବାଲି ଫକିର ଚରଣ ପରିଡ଼ା, ଜିଲ୍ଲା ପ୍ରକଳ୍ପ ସଂଯୋଜକ, କନ୍ଧମାଳ ମିଶନ ଶକ୍ତି ସୁନିଲ ମଲିକ, ସିଡିପିଓ ପାନମଣୀ ହାଁସଦା, ବ୍ଲକ ପ୍ରକଳ୍ପ ସଂଯୋଜକ ମିଖାଏଲ୍‌ ପ୍ରଧାନ, ମିଶନ ଶକ୍ତି ଟ୍ରେନର ଅମିତ୍‌ ବେଦୀ ଓ ବ୍ଲକ ଲେଭେଲ ଟ୍ରେନର ଶ୍ରୀମତୀ ରିତା ସାହୁ ପ୍ରମୁଖ ତାଲିମ ଶିବିରକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =