ପିଏମ.ଏ.ୱାଇ ସଂପର୍କୀତ ଜନସଚେତନତା କାର୍ଯ୍ୟକ୍ରମ

0 538

ବୌଦ୍ଧ,୩୦/୬- ବୌଦ୍ଧଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଗୃହହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ପିଡବ୍ଲୁଏଲ ତାଲିକା ଅନୁସାରେ କ୍ରମାନ୍ୱୟରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉଛି । ଏ ସଂପର୍କରେ ସଚେତନତା କରାଇବା ପାଇଁ ବୌଦ୍ଧଜିଲ୍ଲାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲାର ସମସ୍ତ ୩ଗୋଟି ବ୍ଲକରେ କାର୍ଯ୍ୟକ୍ରମ ଜାରିରହିଛି । କାହାକୁ ଲାଞ୍ଚ ନଦେବାପାଇଁ ଲୋକଙ୍କୁ କୁହାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ କୌଣସି ଅଭିଯୋଗ ଓ ସୂଚନା ପାଇବାପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଗ୍ରାମୀଣ ଆବାସ ସହାୟତା କେନ୍ଦ୍ର ଖୋଲାଯାଇଛି । ଫୋନ ନଂ ୦୬୮୪୧-୨୨୨୧୩୧ରେ କଲ୍ କରି ଜନସାଧାରଣ ନିଜର ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନ ସକାଳ ୧୦ ଘଣ୍ଟାରୁ ଅପରାହ୍ନ ସାଢେ ୫ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ନିଜନିଜର ଆପତ୍ତି ଅଭିଯୋଗ କରିପାରିବେ ।

hiring

ସମସ୍ତ ଅଭିଯୋଗ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ନିଆଯିବ ଓ ସେ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବେ । ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ସହ ସେଣ୍ଟରର ଟେଲିଫୋନ ନମ୍ବର ବିଭିନ୍ନ ସ୍ଥାନରେ କାନ୍ଥମାନଙ୍କରେ ଜନସାଧାରଣଙ୍କ ଅବଗତ ନିମନ୍ତେ ଲେଖିବାପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 7 =