ଜିଲ୍ଲା ପୋଲିସ ପକ୍ଷରୁ ୬୨ ତମ ପୋଲିସ ସହିଦ ଦିବସ ପାଳନ

0 37

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୨ ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ପଡ଼ିଆରେ ଉପସ୍ଥିତ ରହି ପୋଲିସ ସହିଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିଦ, ଜିଲ୍ଲା ପୋଲିସ ପକ୍ଷରୁ ସହିଦ ମାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ଏସପି ନିଜ ଅଭିଭାଷଣରେ କହିଥିଲେ ଦେଶ ପାଇଁ ଯେଉଁମାନେ ସହିଦ ହୋଇଛନ୍ତି ଆମେ ତାଙ୍କୁ ଚିରସ୍ମରଣୀୟ ରଖିବୁ ଏବଂ ତାଙ୍କ ବଳିଦାନ ଆମକୁ ଲୋକଙ୍କ ପାଇଁ ଭଲ କାମ କରିବାକୁ ପ୍ରେରଣା ଦେବ । ତେବେ ଏହି ସହିଦ ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ସପ୍ତାହେ ବ୍ୟାପି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ତେବେ ଏହି ସହିଦ ଦିବସ ପାଳନ ଅବସରରେ ପଡ଼ିଆରେ ସହିଦ ମାନଙ୍କ ପରିବାର ସଦସ୍ୟ ଏବଂ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 + seventeen =