ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ, ବିମାନବନ୍ଦରରେ ଦିଆଗଲା ସମ୍ବର୍ଦ୍ଧନା

0 54

ଭୁବନେଶ୍ୱର : ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣି ନିଜ ମାଟିକୁ ଫେରିଲେ ପ୍ରମୋଦ ଭଗତ୍ । ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ୍ ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ଆଜି ଓଡ଼ିଶା ଫେରିଛନ୍ତି ପ୍ରମୋଦ ଭଗତ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା । ଷ୍ଟାର ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସ୍ୱାଗତ୍ କରିବା ପାଇଁ ଆଜି ଜନସମୂଦ୍ର ପାଲଟିଥିଲା ଭୁବନେଶ୍ୱର ବିମାନବନ୍ଦର ପରିସର । ତେବେ ପ୍ରମୋଦ ଟୋକିଓରୁ ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରମୋଦ ଭଗତ୍‌ଙ୍କୁ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବା ପରେ ଖୋଲା ଗାଡିରେ ବିମାନବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ପ୍ରମୋଦଙ୍କୁ ନିଆଯାଇଥିଲା । ଅନ୍ୟପଟେ ଆଜି ସଂଧ୍ୟା ୫ ଟାରେ କଳିଙ୍ଗ ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ ବିଜେତାଙ୍କୁ ସମ୍ବୋର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

3 × three =