ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର 5ଟି ଟ୍ରାନ୍ସଫରମେସନ ଉଦଘାଟନ ପ୍ରସ୍ତୁତି

0 110

ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଟ୍ରାନ୍ସଫରମେସନ ଉଦଘାଟନ ପ୍ରସ୍ତୁତିକରଣ ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ଭୂୟାଁ, ମୁଖ୍ୟ ବକ୍ତା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ନିହାର ରଞ୍ଜନ ଷଡଙ୍ଗୀ, ସଂମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ଚେୟାର ପରସନ ଶ୍ରୀ ମିହିର ଲାଲ ପାଣି, ସମ୍ମାନିତ ଅତିଥି ଲୋକ ସଭା ସାଂସଦ ପ୍ରତିନିଧି ଶ୍ରୀ ବିମଳ ଦଳାଇ, ସିଭଲ ଜେ.ଇ.ଇ. ସୁଶାନ୍ତ କୁମାର ସାହୁ ଗୁମ୍ମା ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଶ୍ରୀ ମଦନ କହଁର ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବଦାସ ତାମରାପୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ 5 ଟିର ମୁଖ୍ୟଲକ୍ଷ କଣ ଛାତ୍ର ଛାତ୍ରୀ ମାନଙ୍କୁ ପଚାରିଥିଲେ ଓ ବର୍ତ୍ତମାନର ସରକାର ଆଗାମୀ ଦିନ ମାନଙ୍କରେ 5 ଟି ମାଧ୍ୟମରେ ଆମ ଗୁମ୍ମା ହାଇସ୍କୁଲକୁ ରୂପାନ୍ତରିକରଣ କରି ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ,ବିଜ୍ଞାନ ପରୀକ୍ଷାଗାର,ପରିବେଶର ସୌନ୍ଦର୍ଯ୍ୟ କରଣ, ପାନୀୟଜଳର ବ୍ୟବସ୍ଥା ବିଷୟରେ ପଚାରି ପ୍ରାଞ୍ଜଳ ଭାବେ ଅବଗତ କରାଇଲେ ଓ 5ଟି ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ସଚିବ ବି. କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବଦାସ ତାମରାପୁ ପ୍ରକାଶ କଲେ ଶିକ୍ଷାର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନେଇଥିବା ହାଇସ୍କୁଲ ଟ୍ରାନ୍ସଫରମେସନ 5ଟି ପଦକ୍ଷେପ ପାଇଁ ଓଡ଼ିଶାବାସୀ ଧନ୍ୟବାଦ ଦେବା ଉଚିତ ବୋଲି ପ୍ରକାଶ କରିଥିଲେ। ଆମ ବିଦ୍ୟାଳୟର ଏହି ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଠିକ ଭାବରେ ପରିଚାଳନା କରିପାରିଲେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିବ ବୋଲି ମତବ୍ୟକ୍ତ କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ସମସ୍ତ SMC ମେମ୍ବର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

eighteen − 2 =