ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ

0 60

ସୁବର୍ଣ୍ଣପୁର ୨୭।୧୧ : ସୁବର୍ଣ୍ଣପୁରର ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମଠାରେ ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସହିତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଆସନ୍ତା ୨ ତାରିଖରୁ ୪ ତାରିଖ ଯାଏ ଏହି ଇଣ୍ଡୋର ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ରାଜ୍ୟ ଓ ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ମିଳିତ ଆୟୋଜନରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୫ଟି ବିଭାଗରେ ଖେଳ ହେବ l ସମୁଦାୟ ୧୦୦ ଜଣ ଖେଳାଳି ଏଠାରେ ଅଂଶଗ୍ରହଣ କରିବେ ବୋଲି ସଂଘ ସମ୍ପାଦକ ପ୍ରଦୀପ ମହାନ୍ତି ସୂଚନା ଦେଇଥିବା ବେଳେ ଏହି ପ୍ରେସମିଟରେ ସଂଘ ଉପଦେଷ୍ଟା ସୁବର୍ଣ୍ଣପୁରର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ସିଏ ସତ୍ୟୈନ୍ଦ୍ରପାଢ଼ୀ, ସଂଘ ସଭାପତି ଚକ୍ରାୟୁଧ ନାଏକ, କାର୍ଯ୍ୟକାରୀ ସଭାପତି ବିଶ୍ୱ ରଞ୍ଜନ ଦଳାଇ, ଉପସଭାପତି ଜୟକୃଷ୍ଣ ସାହା, ସହ ସମ୍ପାଦକ ଭକ୍ତିରଞ୍ଜନ ଦଳାଇ, କୋଷାଧ୍ୟକ୍ଷ ଅଶ୍ୱିନୀ ମେହେର ଯୋଗ ଦେଇଥିଲେ l କାର୍ଯ୍ୟକାରିଣୀ ସଦସ୍ୟ ଲଷ୍ମୀ ନାରାୟଣ ବେହେରା, ବିଦ୍ୟାଧର ମିଶ୍ର, ଜୟନାରାୟଣ ମେଣ୍ଡଳୀ, ମନୋରଞ୍ଜନ ମିଶ୍ର, ପ୍ରକାଶ ମେହେର ପ୍ରମୁଖ ଯୋଗ ଦେଇ ଆୟୋଜନ ଉପରେ ସୁଚିନ୍ତିତ ମତାମତ ମାନ ରଖିଥିଲେ l

hiranchal ad1
Leave A Reply

Your email address will not be published.

13 − four =