ପାଟଣାଗଡ଼ ପ୍ରସିଦ୍ଧ ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ :୧୪୪ ଧାରା ଜାରି

0 129

ପାଟଣାଗଡ଼ : ପାଟଣାଗଡ଼ର ପ୍ରସ୍ତୁତି ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତିର ପ୍ରଶାସନ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ର ଆସନ୍ତା ୧୩ ରୁ ୧୪ ତାରିଖ ଦୁଇ ଦିନ ଧରି ଶାରଦୀୟ ବଏଲ ଯାତ୍ରା ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ ଏବଂ କୋଭିଡ କଟକଣା ନିୟମ ଅନୁଯାୟୀ ବଏଲ ଯାତ୍ରା ସମୟରେ ୧୪୪ ଧାରା ଜାରି ଲାଗୁ କରିବା ସହ୧୪ ତାରିଖ ଦିନ ଦିବା ୧୨ ଟା ପର୍ଯ୍ୟନ୍ତ ସହର ବିଭିନ୍ନ ୧୪ ଟି ସ୍ଥାନରେ ବ୍ୟାରିକେଡ଼ ବ୍ୟବସ୍ଥା ରହିଛି ଏବଂ ସୀମିତ ସେବାୟତଙ୍କ ଦ୍ଵାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀସେଠୀ ସୂଚନା ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବା ସହ ବଏଲ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀସେଠୀ ସୂଚନା ଦେଇଛନ୍ତି । ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ବେଳେ ଉପଖଣ୍ଡର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × three =