ସମ୍ବଲପୁରୀ ଭାଷାର ନିଜସ୍ୱ ଲିପି ଓ ବର୍ଣ୍ଣବୋଧ ଉନ୍ମୋଚିତ

0 962

ସମ୍ବଲପୁର,୨୭/୯- ସମ୍ବଲପୁରୀ ଭାଷାର ଅସ୍ତିତ୍ୱ ଓ ଅସ୍ମିତାକୁ ଉଦଜୀବିତ ରଖିବା ଦିଗରେ ଆଜି ଆଉ ଏକ ଫର୍ଦ୍ଦ ସାମିଲ ହୋଇଛି । ଯୁବ ଶିକ୍ଷକ ହେମକାନ୍ତ ସାହୁ ଏଥିପାଇଁ ନିଜସ୍ୱ ଲିପି ଓ ବର୍ଣ୍ଣବୋଧ ସଂରଚନାକରି ଏଦିଗରେ ଏକ ନୁତନ ଇତିହାସ ରଚନା କରିଛନ୍ତି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀମାତା ସମଲେଶ୍ୱରୀ ଠାରେ ଆଜି ସକାଳୁ ପୂଜାର୍ଚ୍ଚନା ସହିତ ଏହାର ପ୍ରଥମ ପ୍ରତି ତାଙ୍କ ଚରଣରେ ଅର୍ପଣ କରିବା ପରେ ୱେବିନାର ଜରିଆରେ ଏହାକୁ ସାର୍ବଜନିକ ଘୋଷଣା କରାଗଲା । ଏହି ସମ୍ବଲପୁରୀ ବର୍ଣ୍ଣବୋଧ ର ରଚୟିତା ଶ୍ରୀ ସାହୁଙ୍କ କହିବା ଅନୁସାରେ ଏଠାକାର ପ୍ରାଚୀନ ଲିପି ବ୍ରାହ୍ମୀକୁ ଆଧାର କରି ସମ୍ବଲପୁରୀ ବର୍ଣ୍ଣମାଳାର ରଚନା କରାଯାଇଛି । ଏହାଦ୍ୱାରା ଏଅଞ୍ଚଳର ସର୍ବ ପୁରାତନ ଭାଷା ସମ୍ବଲପୁରୀ ସହିତ ଏମାଟି ଐତିହାସିକ ଭାଷା ବ୍ରାହ୍ମୀ ସବୁଦିନ ପାଇଁ ଯୋଡି ହୋଇ ରହିବ, ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଅଞ୍ଚଳର ଭାଷାର ନିଜସ୍ୱ ବୈଶିଷ୍ଟ୍ୟ ରହିଛି, ଯାହାକି ଅପେକ୍ଷିତ ସଂରକ୍ଷଣ ଅଭାବରେ ବିଲୁପ୍ତ ହେବାକୁ ଯାଉଛି । ଶିଶୁମାନଙ୍କ ପାଇଁ ରଚିତ ଏହି ସମ୍ବଲପୁରୀ ବର୍ଣ୍ଣବୋଧ ବଳରେ ସେମାନଙ୍କ ମାତୃଭାଷା ପ୍ରତି ଆଗ୍ରହ ବଢିବ ଓ ସେମାନଙ୍କ ଦ୍ୱାରା ଅଙ୍ଗିକାର ହୋଇ ଏହି ଭାଷା ସମ୍ବର୍ଦ୍ଧିତ ହୋଇପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + 16 =