ପ୍ରଶାସନ ପାଇଁ ଗଣମାଧ୍ୟମ ହଠାତ ଅବାଂଛିତ କାହିଁକି ?

0 228

ସମ୍ବଲପୁର : ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ରାଜ୍ୟ ସରକାରଙ୍କ ସମସ୍ତ ସଫଳତା ଓ ଗୁଣଗାରିମା ବଖାଣିବା ପାଇଁ ଗଣମାଧ୍ୟମକୁ ବ୍ୟବହାର କରାଗଲା ତ ହଠାତ ଆଜି ସେହି ଗଣମାଧ୍ୟମକୁ ଅବା’ିତ କାହିଁକି କରିଦିଆଯାଇଛି କିଛି ବୁଝିହେଉନାହିଁ । ଆମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଗଲାବେଳକୁ ସେଠାରେ ମୁତୟନ ଖାକି ପୋଷାକଧାରୀ ସନ୍ତରୀ ଜଣକ ତାଙ୍କୁ ଭିତରକୁ ଯିବାପାଇଁ ବାରଣ କଲା ଓ ସ୍ପଷ୍ଟରୁପେ କହିଦେଲା ପ୍ରେସ୍‌ର କାହାରିକୁ ଭିତରକୁ ନଛାଡିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୌଭାଗ୍ୟକୁ ସେତେବେଳେ ସେଠାରେ ପ୍ରଭାବୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପହଞ୍ଚି ଏହି ସାମ୍ବାଦିକଙ୍କ ସମ୍ମାନ ରକ୍ଷାକରିଦେଲେ । କିନ୍ତୁ ସେ ମଧ୍ୟ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ନେଇଯାଇ ପାରିଲେ ନାହିଁ । ସେଠାରେ ସମ୍ବଲପୁର ପ୍ରେସକ୍ଲବର ଜଣେ ବରିଷ୍ଠ ପଦାଧିକାରୀ ମଧ୍ୟ ସମଦଶା ଭୋଗିବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲା ପ୍ରଶାସନର ଏପରି ହଠାତ ବ୍ୟବହାର ପରିବର୍ତ୍ତନର କାରଣ ଖୋଜିବାରୁ କିଛି ସ୍ପଷ୍ଟ ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ କାରଣ କୌଣସି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏ ବିଷୟରେ କିଛି କହିବାକୁ ନାରାଜ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − eight =