ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

0 108

ସମ୍ବଲପୁର, ୩୧/୭- ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ବିକଶିତ କରିବା ପାଇଁ ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି ଓ ଏଥିପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ୧୦୮ ଏକର଼ ଭୂମି ଚିହ୍ନିତ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗତଦିନ ତାଙ୍କର ସମ୍ବଲପୁର ପ୍ରବାସ ସମୟରେ ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସ୍ପଷ୍ଟ କରିଦେଇଛନ୍ତି । ଏହି କ୍ରମରେ ଉକ୍ତ ଚିହ୍ନିତ ଭୂମିରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଜମି ଉପରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ କରାଯାଇଛି । ଉକ୍ତ ଅଞ୍ଚଳରେ ଜିଲ୍ଲା ମତ୍ସ୍ୟ ପାଳନ ବିଭାଗ ଅଧିନରେ ଥିବା ପୁରୁଣା ଘରସବୁ ମେସିନ ଲଗାଇ ଭଙ୍ଗାଯାଉଛି । ସେଥିମଧ୍ୟରୁ କିଛି ଘର ଜବରଦକାରୀଙ୍କ କବଜାରେ ରହିଥିଲା, ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଆଗରୁ ସ୍ପଷ୍ଟ କରାଯାଇଛି ଯେ କାହାରି ସହିତ ଅନ୍ୟାୟ କରାଯିବ ନାହିଁ ଓ ଜମି ମାଲିକମାନେ ଉପଯୁକ୍ତ କ୍ଷତିପୂରଣ ପାଇବେ ତଥା ସେଠାରେ ବସବାସ କରୁଥିବା ଭୂମିହୀନଙ୍କ ଉପଯୁକ୍ତ ଥଇଥାନ କରାଯିବ ।

hiranchal ad1
Leave A Reply

Your email address will not be published.

nine + eighteen =