ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ୫୩ ଜଣ ନୂଆ ପଜିଟିଭ ଚିହ୍ନଟ

0 78

ସମ୍ବଲପୁର : ସମଗ୍ର ରାଜ୍ୟରେ ଆଜିକାର ଘୋଷିତ ମୋଟ ୨୨୩୯ ଜଣ ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୫୩ ଜଣ ରହିଛନ୍ତି । ଜିଲ୍ଲାର ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ୧୫୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୯୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୩୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ସପ୍ତାହରେ ଅବସ୍ଥା ଅନେକ କିଛି ସାଙ୍ଘାତିକ ରହିଲା ପରେ ଗତ କିଛି ଦିନ ହେଲା ଏଠାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ପ୍ରତିଦିନ ୫୦ ଜଣ ପାଖାପାଖି ପଜିଟିଭ ଚିହ୍ନଟ ହେଉଛନ୍ତି, ଯାହାକି ଚିନ୍ତାର ବିଷୟ । ଏବିଷୟରେ ଆଶ୍ୱସ୍ତିର କଥା ଏତିକି ଯେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୫୩୬ ଜଣ ସକ୍ରିୟ ପଜିଟିଭ ରହିଥିବା ବେଳେ ୯୯୦ ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି । ଏହି ସପ୍ତାହ ଶେଷ ଭାଗରେ, ଶନିବାର ଦିନ ଗଣେଶ ପୂଜା ଓ ତହିଁ ଆରଦିନ ରବିବାର ଦିନ ନୂଆଖାଇ ଉତ୍ସବ ପାଳନ ହେବାକୁ ଯାଉଛି, ଯାହାକି ଏକ ଗଣପର୍ବ ଭାବେ ଘରେ ଘରେ ପାଳନ କରାଯାଇଥାଏ । ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥିତି ନିୟନ୍ତ୍ରଣରେ ରହିବା ଅତି ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 4 =