ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ

0 73

ସୁବର୍ଣ୍ଣପୁର,୩୦/୦୬- ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଆଜିଠାରୁ ଶିଶୁମାନଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ ହୋଇଛି । ରାଜ୍ୟସ୍ତରୀୟ ଶୁଭ ଉଦଘାଟନ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ରଠାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପିସିଭି ଟୀକାକରଣର ଶୁଭାରମ୍ଭ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡାକ୍ତର ନବକିଶୋର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବାବେଳେ ଉଦଘାଟନୀ ଉତ୍ସବରେ ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ (ଏଡିପିଏଚଓ ଲେପ୍ରୋସି) , ଡାକ୍ତର ପଦ୍ମହାଂସା ଡୋର (ଏଡି ପି ଏଚ ଓ ଟିବି ) ଡାକ୍ତର ଦିଲ୍ଲୀପ କୁମାର ଭୋଇ ( ଶିଶୁ ରୋଗ ବିଶେଷଣଜ୍ଞ ) ଡାକ୍ତର ପ୍ରକାଶ ଦଣ୍ଡସେନା ( ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଣଜ୍ଞ ) ଉପସ୍ଥିତ ଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ଆଲାଦିନି ଦେହୁରୀ, ଲକ୍ଷ୍ମୀ ସାହୁ , ଗୀତା କର୍ମୀ ଟୀକାକରଣ ଦାୟିତ୍ୱ ତୁଲାଇଥିଲେ । ସର୍ବଶ୍ରୀ ସୁଧାଂଶୁ କୁମାର ନାୟକ (ଡି ଏମ ଆର ସି ଏଚ ) ସନ୍ତୋଷ କୁମାର ସାହୁ , ପ୍ରଦୀପ କୁମାର ସାହୁ , ସଞ୍ଜୟ କୁମାର ପଣ୍ଡା , ସରୋଜ ପଣ୍ଡା , ହିତେଶ ତ୍ରିପାଠୀ, ପ୍ରମୋଦ ସାହୁ , ଯୋଗସ୍ମିତା ଜେନା , କ୍ଷୀରୋଦ ବିହାରୀ ବିଶ୍ୱାଳ ଓ ଅକୃର କୁମାର ହୋତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଶିଶୁମାନଙ୍କ ଟୀକାକରଣ ସୂଚୀରେ ଆଗରୁ ଏଗାର ଗୋଟି ଟୀକା ଥିବାବେଳେ ଏବେ ପିସିଭି ସାମିଲ ହେବା ଫଳରେ ଏହା ଏବେ ଶିଶୁ ମାନଙ୍କୁ ବାରଗୋଟି ରୋଗରୁ ସୁରକ୍ଷା ଦେବ । ଶିଶୁ ମାନଙ୍କୁ ପିସିଭି ଭ୍ୟାକସିନର ପ୍ରଥମ ମାତ୍ରା ଦେଢ଼ ମାସରେ, ଦ୍ୱିତୀୟ ମାତ୍ରା ସାଢେ ତିନିମାସରେ ଓ ବୁଷ୍ଟର ମାତ୍ରା ନଅରୁ ବାର ମାସ ମଧ୍ୟରେ ଦିଆଯିବ । ଯାହାକି ଶିଶୁକୁ ନିମୋକୋକାଲ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ରକ୍ଷା କରିବ । ତେବେ ଜିଲ୍ଲାର ମୁଖ୍ୟାଳୟ ତଥା ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ଟୀକାର ଆଜି ଶୁଭାରମ୍ଭ ହୋଇଛି ।ଜିଲ୍ଲା ମୁଖ୍ୟାଳୟ ଠାରେ ହୋଇଥିବା ପିସିଭି ଟୀକାକରଣ ରେ ଆଜି ୬ଜଣ ଶିଶୁ ପିସିଭିର ପ୍ରଥମ ମାତ୍ରା ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 19 =