ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର, ଲାଗିବ ଦାମୀ ଥ୍ରିଡି ଲାଇଟ୍‌

0 104

ପୁରୀ: ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍‌ ଇଲୁମିନେସନ୍‌)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ ସ୍ପଷ୍ଟ ଦେଖିପାରିବେ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବାବେଳେ ଆସନ୍ତା ୧୭ ତାରିଖରୁ ଏହି କାମ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଏକ ତିନିଜଣିଆ ବୈଷୟିକ ଦଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁଠାରୁ ବିଜୁଳି ସଂଯୋଗ ନିଆଯିବ, କେଉଁ କେଉଁ ସ୍ଥାନରେ ଲାଇଟ୍‌ ଲାଗିଲେ ଶ୍ରୀମନ୍ଦିର ସୁନ୍ଦର ଦିଶିବ, ସବୁର ଟିକିନିଖି ଅନୁଧ୍ୟାନ କରି ଫେରିଛନ୍ତି। ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବାବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ବର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ।

hiring
hiranchal ad1
Leave A Reply

Your email address will not be published.

seven + one =