କରୋନା ମୁକାବିଲା : ଆଦିବାସୀଙ୍କୁ କୁଇ ଓ ଓଡିଆ ଭାଷାରେ କରାଯାଉଛି ସଚେତନ, ଦେଖନ୍ତୁ ଭିଡିଓ

0 1,857

ବାଲିଗୁଡ଼ା: ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ଚିନ୍ତିତ । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୪ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହିତ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି ।

hiring

କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ଅଭିନବ ଉପାୟରେ ସଚେତନତା ଜାରି ରଖିଛନ୍ତି । ଆଦିବାସୀ ବହୁଳ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ବଜାଇ ଲୋକେ ଅଞ୍ଚଳବାସୀଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । କୁଇ ଭାଷା ଓ ଓଡ଼ିଆ ଭାଷାରେ ସଚେତନ କରାଯାଉଛି । ପରିସ୍କାର ପରିଛନ ରହିବାସହ ଭଲଭାବରେ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ ବିନା କାରଣରେ ଘରୁ ନବାହାରିକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଧିରେଧିରେ ଲୋକେ ସଚେତନ ହେଲେଣି । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର
ସୁଶ୍ରୀ ଖିରାବ୍ଧିତନୟା ସାହୁ ।

hiranchal ad1
Leave A Reply

Your email address will not be published.

five + 14 =